କାହିଁକି ଟେଲି ଦୁନିଆରୁ ଦୂରେଇ ଯାଇଥିଲେ ନିଆ ଶର୍ମା, କହିଲେ କାରଣ...

Published By : Prameya-News7 Bureau | June 17, 2024 IST

ମୁମ୍ଵାଇ ୧୭।୦୬: ଏକ ହଜାରୋଁ ମେ ମେରୀ ବେହନା ହୈ, ଜମାଇ ରାଜା ଭଳି ଟିଭି ଶୋ’ରେ କାମ କରି ଘରେ ଘରେ ପରିଚିତ ହୋଇଥିବା ନିଆ ଶର୍ମା ଏବେ କିଛି ଦିନ ହେଲା ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଶୋ’ ‘ସୁହାଗନ୍‌ ଚୁଡେଲ୍‌’କୁ ଦର୍ଶକ ବେଶ୍‌ ପସନ୍ଦ କରୁଛନ୍ତି । ନିଆ ଦୀର୍ଘ ସମୟ ପରେ ଟିଭି ସିରିଏଲ ଦୁନିଆକୁ ଫେରିଛନ୍ତି । ନିକଟରେ ନିଆ ଏକ ସାକ୍ଷାତକାରେ ଟିଭି ସିରିଏଲରୁ ଦୀର୍ଘ ସମୟ ଦୂରେଇ ରହିବା ପଛର କାରଣ ସେୟାର କରିଛନ୍ତି । ଏହି ଲମ୍ବା ବ୍ରେକ୍‌ ବାବଦରେ ସେ କହିଛନ୍ତି, ପ୍ରଥମ କଥା ହେଉଛି ସେ ଏପରି ଶୋ’ କରିବାକୁ ଚାହାନ୍ତିନି ଯାହା ଆରମ୍ଭ ହେବାର ୩ ମାସରେ ହିଁ ଶେଷ ହୋଇଯିବ । ସେ ଲମ୍ବା ଏବଂ ଏକ ଭଲ ଶୋ’ରେ କାମ କରିବାକୁ ଇଚ୍ଛୁକ ।

ତେଣୁ ଦୀର୍ଘ ସମୟ ଧରି ବୁଝି ବିଚାରି ଏହି ବ୍ରେକ୍‌ ନେଇଥିଲେ । ସେ କହିଛନ୍ତି, ‘ଗତ କିଛି ବର୍ଷରେ ଅନେକ ଶୋ’ ଆରମ୍ଭ ହୋଇଛି ଏବଂ ବନ୍ଦ ହୋଇଛି ତାହା କାହାକୁ ବି ଜଣାନାହିଁ।ସେଥିମଧ୍ୟରୁ ଅନେକ ଶୋ’ରେ ମୋତେ ଅଫର ମଧ୍ୟ ମିରିଛି । କିନ୍ତୁ ସେଗୁଡ଼ିକ ୩/୪ ମାସରେ ବନ୍ଦ ହୋଇଯାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ରୋଲ୍‌ ମୋତେ ମିଳୁଥିଲା ସେହି ଭୂମିକରେ ମୁଁ ନିଜକୁ ସଂଯୋଗ କରିପାରୁ ନ ଥିଲି । ସେହି ଚରିତ୍ରରେ ନିଜକୁ ଗ୍ରହଣ କରିପାରୁ ନ ଥିଲି। ତେଣୁ ଦୀର୍ଘ ସମୟ ଧରି ସେହି ଶୋ’ଗୁଡ଼ିକରେ କାମ କରି ନ ଥିଲି ।’ ଏବେ ନିଆ ଶର୍ମା ‘ସୁହାଗନ୍‌ ଚୁଡେଲ’କୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି । 

କହିଛନ୍ତି, ସେ ଏହି ଶୋ’ ବିଷୟରେ ଶୁଣିବା କ୍ଷଣି ହିଁ ଏଥିରେ ଅଭିନୟ କରିବାକୁ ସ୍ଥିର କରିନେଇଥିଲେ । ଏହି ଚରିତ୍ର ବେଶ୍‌ ଭିନ୍ନ ଏବଂ ଚ୍ୟାଲେଞ୍ଜିଂ । ଏଥିରେ ଅଭିନୟ କରିବାକୁ ସେ ବେଶ୍‌ ଉପଭୋଗ କରୁଛନ୍ତି । ନିଆ ଶର୍ମା ପୂର୍ବରୁ ଏକତା କପୁରଙ୍କ ଶୋ’ ‘ନାଗିନ୍‌ ୪’ରେ ନଜର ଆସିଥିଲେ । ଏହି ଶୋ’ରେ ତାଙ୍କ ଚରିତ୍ରକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ । ପରେ ସେ ‘ଖତ୍‌ରୋଁ କି ଖିଲାଡି: ମେଡ୍‌ ଇନ୍‌ ଇଣ୍ଡିଆ’ ଏବଂ ଝଲକ ଦିଖ୍‌ଲାଜା’ ଭଳି ରିଅଲିଟି ଶୋ’ରେ ଭାଗ ନେବା ସହ ବିଜୟୀ ମଧ୍ୟ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.