ଥମୁନି କେଜ୍ରିଓ୍ୱାଲଙ୍କ ଅଡୁଆ, ସୁପ୍ରିମକୋର୍ଟରେ ଶୁଣାଣି ବେଳେ ବାନ୍ଧିଲା CBI

Published By : Prameya-News7 Bureau | June 26, 2024 IST

ନୂଆଦିଲ୍ଲୀ ୨୬/୦୬: କେଜ୍ରିୱାଲଙ୍କୁ ଝଟକା ପରେ ଝଟ୍‌କା । ମଙ୍ଗଳବାର କୋର୍ଟରୁ ସିବିଆଇ ଗିରଫ କରିଥିବା ବେଳେ ଆଜି ପୁଣିଥରେ ଗିରଫ କରିଛି CBI । କହିବାକୁ ଗିରଫ ପରେ ଆଉ ଥରେ ଗିରଫ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ । ତେବେ ଆଜି ସୁପ୍ରିମକୋର୍ଟରେ ଜାମିନ ଆବେଦନ ଶୁଣାଣି ବେଳେ ଗିରଫ କରିଛି ସିବିଆଇ। 

ସୂଚନା ଥାଉକି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ପୁଣି ବଢିଛି ଅଡ଼ୁଆ । ସୁପ୍ରିମକୋର୍ଟରେ ଜାମିନ ଆବେଦନ ଶୁଣାଣି ମଧ୍ୟରେ ଗିରଫ କରିଛି ସିବିଆଇ। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଆଜି ସିବିଆଇ କେଜ୍ରିୱାଲଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି । କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ତାଙ୍କୁ ଆଜି ସକାଳେ ତିହାର ଜେଲରୁ ରାଉସ୍ ଆଭେନ୍ୟୁ କୋର୍ଟକୁ ନେଇଥିଲା । ବିଚାରପତି ଅମିତାଭ ରାୱତଙ୍କ ପୂର୍ବରୁ କେଜ୍ରିୱାଲଙ୍କୁ ହାଜର କରାଯାଇଥିଲା। 

ସିବିଆଇ କୋର୍ଟରୁ ତାଙ୍କ ରିମାଣ୍ଡ ଦାବି କରିଥିଲା । କେଜ୍ରିୱାଲଙ୍କୁ ଗିରଫ କରିବାର ସିବିଆଇର କାରଣ ହେଉଛି ଯେ ସେ ମଦ ନୀତି ଅନୁମୋଦନ କରିଥିବା କ୍ୟାବିନେଟର ଏକ ଅଂଶ । ଲାଞ୍ଚ ନେବା ପରେ ହିତାଧିକାରୀଙ୍କ ଇଚ୍ଛା ଅନୁଯାୟୀ ଦିଲ୍ଲୀର ଏକ୍ସାଇଜ୍ ପଲିସି ୨୦୨୧-୨୨ ରେ ସଂଶୋଧନ କରାଯାଇଛି ବୋଲି ଅନୁସନ୍ଧାନକାରୀ ସଂସ୍ଥା ଅଭିଯୋଗ କରିଛି। ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ଅର୍ଥ ହେରଫେର୍ ଅଭିଯୋଗରେ ପୂର୍ବରୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏହି ମାମଲାରେ ନିକଟରେ ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଜାମିନ ଦେଇଥିଲେ। 
କିନ୍ତୁ ହାଇକୋର୍ଟରେ ଜାମିନ ଆବେଦନ ସ୍ଥଗିତ ରହିଥିବା ବେଳେ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ କେଜ୍ରିୱାଲଙ୍କୁ ଝଟକା ଲାଗିଛି। ମଦ ନୀତି ଦୁର୍ନୀତି ମାମଲାରେ ଗିରଫ କରିନେଇଛି ସିବିଆଇ। ତେବେ ଏପରିସ୍ଥିତିରେ ସୁପ୍ରିମକୋର୍ଟ ଯଦି କେଜ୍ରିୱାଲଙ୍କୁ ଜାମିନ ଦିଅନ୍ତି, ତଥାପି ସେ ଜେଲରେ ରହିବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.