କଲେଜରେ ମେଧାବୀ ଛାତ୍ର ଥିଲେ ନିଆଳିର ଯୁବକ, କେମିତି ହୋଇଗଲେ ମାଓବାଦୀ ?

Published By : Prameya-News7 Bureau | January 24, 2025 IST

ନିଆଳି: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧରେ ହୋଇଥିବା ଏନକାଉଣ୍ଟରରେ ନିହତ ହୋଇଛନ୍ତି ୨୭ ମାଓବାଦୀ। ୪ ଦିନ ଧରି ୫୦୦ ସୁରକ୍ଷାକର୍ମୀ ଅଞ୍ଚଳକୁ ଘେରାବନ୍ଦୀ କରି ପ୍ରାୟ ୨୭ ଜଣ ମାଓବାଦୀ ସହ ଟପ୍ କମାଣ୍ଡର ଜୟରାମଙ୍କୁ ଏନକାଉଣ୍ଟର କରିବାରେ ସଫଳ ହୋଇଛନ୍ତି। ଏହି ବଡ଼ ସଫଳତା ପରେ ସୁରକ୍ଷାକର୍ମୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

ତେବେ ଏପର୍ଯ୍ୟନ୍ତ ୧୬ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ, ଏମାନଙ୍କ ମଧ୍ୟରେ ରହିଛି ମାଓବାଦୀ ହୋଇଯାଇଥିବା ନିଆଳିର ଜଣେ ଯୁବକଙ୍କ ମୃତଦେହ । ନିଆଳିର ଏହି ଯୁବକ ଜଣକ ପ୍ରାୟ ୩୦ ବର୍ଷ ତଳେ ହୋଇଯାଇଥିଲେ ମାଓବାଦୀ। 

ମୃତ ମାଓବାଦୀ ହେଉଛି କଟକ ନିଆଳି ଥାନା କୁଳଶ୍ରୀ ଗାଁର ଆଲୋକ ଓରଫ ମୁନ୍ନା ଓରଫ ବାଉରୀ ବନ୍ଧୁ । ମୁନ୍ନା ମୁଣ୍ଡ ଉପରେ ୧୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ଥିଲା । ତା’ର ପ୍ରକୃତ ନାମ ବାଉରୀ ବନ୍ଧୁ ସେଠୀ, ଡାକ ନାଁ ବଣ୍ଟି। ବାପା ଦାମୋଦର ସେଠୀ ମୃତ୍ୟୁବରଣ କରିଛନ୍ତି । ତାଙ୍କର ବଡ଼ ଭାଇ ଓ ବୃଦ୍ଧା ମାଆ ଘରେ ଅଛନ୍ତି । 

ସୂଚନା ଅନୁଯାୟୀ, ବାଉରିଆ ଜଣେ ମେଧାବୀ ଛାତ୍ର ଥିଲେ । ଜଗତସିଂହପୁରର ଏକ ପ୍ରତିଷ୍ଠିତ କଲେଜରେ ଗ୍ରାଜୁଏସନରେ ପଢ଼ୁଥିବାବେଳେ ସେଠିକାର ରୋଷେୟା ସଂସ୍ପର୍ଶରେ ଆସିଥିଲେ। ଆଉ ତାଙ୍କ ପ୍ରରୋଚନାରେ କିଛି ଯୁବକଙ୍କ ସହ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲେ। ପ୍ରାୟ ୩୦ ବର୍ଷ ହେବ ସେ ମାଓ ସଂଗଠନରେ ରହି କାର୍ଯ୍ୟ ଚଳାଇଥିଲେ। ଫଳରେ ପରିବାର ଲୋକଙ୍କ ସହ ତାଙ୍କର କୌଣସି ଯୋଗାଯୋଗ ନଥିଲା। ପରିବାର ଲୋକେ ତାଙ୍କର ଏ କାର୍ଯ୍ୟ ପାଇଁ ସୁଧି ହୋଇଯାଇଥିବା ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.