ସମ୍ୱିଧାନ ନୁହେଁ କିଛି ଜଣଙ୍କ ରାଜନୀତି ବିପଦରେ ଅଛି...ଲୋକସଭାରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ନିଶାଣ

Published By : Prameya-News7 Bureau | July 25, 2024 IST

ନୂଆଦିଲ୍ଲୀ: ଲୋକସଭାର ଗୁରୁବାର ଗୋଡ୍ଡା ସାଂସଦ ସମ୍ୱିଧାନ ବିପଦରେ ଅଛି କହୁଥିବା ବିରୋଧୀ କଡ଼ା ଜବାବ ଦେଇଛନ୍ତି । ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି ଯେ ଆଜିକାଲି ବିରୋଧୀ ପାର୍ଟିର ନେତା ଗୋଟିଏ କଥା କହୁଛନ୍ତି ଯେ ସମ୍ୱିଧାନ ବିପଦରେ ଅଛି । କିନ୍ତୁ ସତ କିଛି ଅଲଗା । ସମ୍ୱିଧାନ ବିପଦର ନାହିଁ ବରଂ କିଛି ଲୋକଙ୍କ ରାଜନୀତି ବିପଦରେ ଅଛି । ଭୋଟ ରାଜନୀତି କରୁଥିବା ଲୋକଙ୍କ ରାଜନୀତି ବିପଦରେ ଅଛି । ଲୋକସଭାରେ ଭାଷଣ ରଖି ଲୋକସଭା ବାଚସ୍ପତିଙ୍କ ନିକଟରେ ବଡ଼ ଦାବି ରଖିଛନ୍ତି ।

ବିଜେପି ସାଂସଦ କହିଛନ୍ତି ଯେ ଝାଡଖଣ୍ଡ ଯେତେବେଳେ ବିହାରକୁ ଭିନ୍ନ ହୋଇଥିଲା ସେତେବେଳେ ଆଦିବାସୀଙ୍କ ଜନସଂଖ୍ୟା ୩୬ ପ୍ରତିଶତ ଥିଲା । କିନ୍ତୁ ବାସ୍ତବିକତା ଏହା ଯେ ରାଜ୍ୟରେ ଆଦିବାସୀଙ୍କ ସଂଖ୍ୟା ୨୬ ପ୍ରତିଶତରୁ ବି କମ ରହିଛି । କମ ହୋଇଛି, ଏହା ସମସ୍ତେ ଜାଣିଛନ୍ତି, କିନ୍ତୁ କେହି କିଛି କହିବେ ନାହିଁ । କାରଣ ସମ୍ୱିଧାନ ବିପଦରେ ଆସିବ ନାହିଁ । ନିଶିକାନ୍ତ ଦୁବେ କହିଛନ୍ତି ଯେ ସତ ଏହା ଯେ ଝାଡ଼ଖଣ୍ଡର ଆଦିବାସୀ ଅଞ୍ଚଳରେ ଧର୍ମ ପରିବର୍ତ୍ତନର ଖେଳ ବଡ଼ ଧରଣରେ ଚାଲିଛି ।

ନିଶିକାନ୍ତ ଦୁବେ କହିଛନ୍ତି ଯେଉଁଠୁ ମୁଁ ସାଂସଦ ଅଛି, ସେଠାରେ ପଞ୍ଚାୟତ ମୁଖିଆ ଆଦିବାସୀ ମହିଳା । କିନ୍ତୁ ସତ ଏହା ଯେ ତାଙ୍କ ସ୍ୱାମୀ ମୁସଲମାନ । ଏପରି ସ୍ଥଳେ ପ୍ରଶ୍ନ ଉଠୁଛି ଯେ ମହିଳା ଆଦିବାସୀଙ୍କ ସ୍ୱାମୀ ମୁସଲିମ୍ କିପରି ? ଏହା ହିନ୍ଦୁ-ମୁସଲମାନଙ୍କ କଥା ନୁହେଁ । ପ୍ରଶ୍ନ ଏହା ଯେ ଏହି ମୁସଲିମମାନେ କିଏ ? ସମସ୍ତେ ବାଂଲାଦେଶୀ । ପଶ୍ଚିମବଙ୍ଗ ରାସ୍ତା ଦେଇ ଝଡ଼ଖଣ୍ଡକୁ ଆସନ୍ତି । ଆଦିବାସୀ ମହିଳାଙ୍କୁ ବିବାହ କରନ୍ତି । ଏସବୁ କିପରି ହେଉଛି, ସ୍ଥାନୀୟ ସରକାର ସବୁ ଜାଣିଛନ୍ତି, କିନ୍ତୁ କେହି କିଛି କହିବେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.