ସରକାର ଏପର୍ଯ୍ୟନ୍ତ କାହିଁକି କାହାକୁ ଗିରଫ କରିନାହାନ୍ତି, ଏହା ଓଡ଼ିଶାର ସ୍ୱାଭିମାନର କଥା: ତାରା

Published By : Prameya-News7 Bureau | February 20, 2025 IST

News7

ଭୁବନେଶ୍ୱର: କିଟ ଗୋଟେ ପ୍ରସଙ୍ଗ। ଲୋକଙ୍କ ଅନ୍ତରାତ୍ମା କାନ୍ଦୁଛି। ଓଡିଶାର ସ୍ୱାଭିମାନ ଆଗ। ବହୁ IAS, IPSଙ୍କ ସହଧର୍ମିଣୀ କିଟ୍‌ରେ କାମ କରୁଛନ୍ତି। ଅଚ୍ୟୁତ ସାମନ୍ତଙ୍କ ସହ ତ ମୋର ବି ଭଲ ସମ୍ପର୍କ। କାହିଁକି ସରକାର କାହାକୁ ଗିରଫ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ତାରା।

ଗତ ୧୬ ତାରିଖ ରାତିରେ ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ହଷ୍ଟେଲରୁ ମିଳିଥିଲା ବି.ଟେକ ତୃତୀୟ ବର୍ଷର ଛାତ୍ରୀ ପ୍ରକୃତି ଲମସାଲଙ୍କ ମୃତଦେହ। ହଷ୍ଟେଲ୍‌ ରୁମ୍‌ର ଏକ ଫ୍ୟାନ୍‌ରୁ ପ୍ରକୃତିଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଥିଲା । ଯାହାପରେ କଲେଜରେ ଉତ୍ତେଜନା ଦେଖାଦେଇଥିଲା । ଅଭିଯୁକ୍ତକୁ ଗିରଫ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ କରିଥିଲେ ବିଶ୍ୱବିଦ୍ୟାଳୟରେ ପଢୁଥିବା ନେପାଳୀ ଛାତ୍ରୀ । ହେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ଛାତ୍ରଙ୍କୁ ବସ୍‌ ଯୋଗ ଷ୍ଟେସନ୍‌କୁ ପଠାଇ ଦେଇଥିଲେ। ଆଉ ବିଶ୍ୱବିଦ୍ୟାଳୟକୁ ସାଇନ୍‌ ଏ ଡାଏ ଘୋଷଣା କରିଥିଲେ। ଏସବୁ ଘଟଣା ପରେ ମାମଲା ତିବ୍ର ରୂପ ନେଇଥିଲା। ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍‌ କରିଥିଲେ । 

ଅନ୍ୟପଟେ ଘଟଣାରେ ଅଭିଯୁକ୍ତ ଥିବା ଯୁବକ ଭୁବନେଶ୍ୱର ଏୟାରପୋର୍ଟରୁ ରାଜ୍ୟ ବାହାରକୁ ଫେରାର ଉଦ୍ୟମ ବେଳେ ଧରିଥିଲା ପୋଲିସ । ଯୁବକକୁ ଗିରଫ ସହ ମୋବାଇଲ୍‌, ଲାପଟପ ଜବତ କରିଥିଲା ପୋଲିସ । ବୁଧବାର ସଂଧ୍ୟା ସମୟରେ ଅଭିଯୁକ୍ତ ଯୁବକଙ୍କୁ କୋର୍ଟରେ ହାଜର କରି ରିମାଣ୍ଡ ପାଇଁ ଆବେଦନ କରିଥିଲା ଇନ୍‌ଫୋସିଟି ପୋଲିସ । ଆଉ କୋର୍ଟ ମାମଲାର ଶୁଣାଣି କରି ଅଭିଯୁକ୍ତ ଯୁବକକୁ ତିନିଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ । ଯାହାଫଳରେ ଗୁରୁବାରଠାରୁ ଯୁବକ ଅଦ୍ଭିକ୍‌ ଶ୍ରୀବାସ୍ତବଙ୍କ ରିମାଣ୍ଡ ଅବଧି ଆରମ୍ଭ ହୋଇଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.