ଭୁବନେଶ୍ବର ୨୧/୨: କିଟ୍ ବିଶ୍ବ ବିଦ୍ୟାଳୟରେ ନେପାଳ ଛାତ୍ରୀ ମୃତ୍ୟୁ ମାମଲାକୁ ନେଇ ଖୋଳତାଡ ଆରମ୍ଭ । ହାଜର ହେଲେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେଲେ ଅଚ୍ୟୁତ । ହାଜର ହେବାକୁ ଗତକାଲି ସମନ କରିଥିଲା ଉଚ୍ଚଶିକ୍ଷା ବିଭାଗ । ସମସ୍ତ ଡକ୍ୟୁମେଣ୍ଟ ସହ ହାଜର ହେବାକୁ କୁହାଯାଇଥିଲା ।
ଅଚ୍ୟୁତଙ୍କୁ ଛାତ୍ରୀ ମୃତ୍ୟୁ ମାମଲାରେ ଚାଲିଛି ପଚରାଉଚରା । ରାଜ୍ୟ ଅତିଥି ଭବନରେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ, ସଚିବ ଶୁଭ ଶର୍ମା, ଗୃହ ବିଭାଗ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଅଛନ୍ତି । ପର୍ଯ୍ୟାୟ କ୍ରମେ ଚାଲିଛି ବୟାନ ରେକର୍ଡ । ଉଚ୍ଚସ୍ତରୀୟ କମିଟି ଆଗରେ ପୂର୍ବରୁ ହାଜର ହୋଇଛନ୍ତି କିଟ୍ର ପୂର୍ବତନ କର୍ମଚାରୀ ମଞ୍ଜୁଶା ପାଣ୍ଡେ, ଜୟନ୍ତୀ ନାଥ ସମେତ ୪ ଜଣ କର୍ମଚାରୀ । ଶୁକ୍ରବାର କମିଟି ପାଖରେ ହାଜର ହେବାକୁ ୮ ଜଣଙ୍କୁ ନୋଟିସ୍ ଦିଆଯାଇଥିଲା । କିଟ୍ରେ ନେପାଳି ଛାତ୍ରୀଙ୍କ ଆତ୍ମହତ୍ୟା ପରେ ବିବାଦ ତେଜିଥିଲା । ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଥିଲେ ରାଜ୍ୟ ସରକାର ।