ପୂର୍ବାପେକ୍ଷା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିଛି,୨୪ ଜିଲ୍ଲାରେ 5T ସ୍କୁଲ ରୂପାନ୍ତରଣ ପାଇଁ ୩୦୮୮ କୋଟି ଖର୍ଚ୍ଚ

Published By : Prameya-News7 Bureau | February 21, 2025 IST

ଭୁବନେଶ୍ବର ୨୧/୨: ରାଜ୍ୟରେ କମିଲା ସ୍କୁଲ ଡ୍ରପ ଆଉଟ୍‌ । ଶୁକ୍ରବାର ବିଧାନସଭାରେ ଏ ତଥ୍ୟ ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତାଙ୍କ ତଥ୍ୟ ମୁତାବକ ୨୦୨୦-୨୧ ରେ  ୨୧ ଲକ୍ଷ ୯ହଜାର ୭୯୬ ଛାତ୍ର ଛାତ୍ରୀ ଥିବା ବେଳେ ୨୦୨୩ -୨୦୨୪ ରେ ୨୧ ଲକ୍ଷ ୧୦ ହଜାର ୪୯୩ ଛାତ୍ର ଛାତ୍ରୀ ରହିଥିଲେ । ପୂର୍ବ ଅପେକ୍ଷା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିଛି ।ଡ୍ରପ ଆଉଟ କମାଇବାକୁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି ।ବିଧାନସଭାରେ ବିଭିନ୍ନ ସଦସ୍ୟଙ୍କ ପ୍ରଶ୍ନରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି ।

ଏହା ସହ ମନ୍ତ୍ରୀ କହିଛନ୍ତି ୨୪ ଜିଲ୍ଲାରେ 5T ସ୍କୁଲ ରୂପାନ୍ତରଣ ପାଇଁ ୩୦୮୮ କୋଟି ଟଙ୍କା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୭୮୧, ଦ୍ଵିତୀୟ ପର୍ଯ୍ୟାୟର ୨୨୬୮ ଓ ତୃତୀୟ ପର୍ଯ୍ୟାୟରେ ୨୦୬୫ ସ୍କୁଲ ପାଇଁ ଆର୍ଥକ ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ୍ ୭୩୬ ସ୍କୁଲର କାମ ଚାଲିଛି । ବିଭାଗ ଅନୁଧ୍ୟାନ କରିବ କିପରି ଠିକ୍ ଭାବେ କାମ ହେବ ।



 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.