ଭଲ ପୁଅ ହୋଇପାରିଲିନି,ବାପା କ୍ଷମା କରିଦେବ…ଚିଠିରେ ଏମିତି ଲେଖି ଝୁଲିପଡିଲେ ଛାତ୍ର

Published By : Prameya-News7 Bureau | February 18, 2025 IST

ଭୁବନେଶ୍ବର ୧୮/୨: ବୁଧବାର ପରୀକ୍ଷା ଦେଇଥାନ୍ତେ । ମଙ୍ଗଳବାର ମିଳିଲା ଝୁଲନ୍ତା ମୃତଦେହ । ରାଜଧାନୀରେ ଚାଞ୍ଚଲ୍ୟ । ପରିତ୍ୟକ୍ତ ସି-ସୋର୍‌ କୋଠାରୁ ମିଳିଛି ଛାତ୍ରଙ୍କ ମୃତଦେହ । ମୃତକ ସୁମନ ବିଶ୍ବାଳ ଏକ ଘରୋଇ କଲେଜରେ ବିସିଏ ଦ୍ବିତୀୟ ବର୍ଷର ଛାତ୍ର ଥିଲେ । । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି କେହି ଝୁଲାଇ ଦେଇଛି ତାହା ସ୍ପଷ୍ଟ ହୋଇନି । ତେବେ ତାଙ୍କ ପକେଟରୁ ସୁଇସାଇଡ ନୋଟ୍‌ ମିଳିଥିବାରୁ ସେ ଜୀବନ ହାରିଥିବା ସନ୍ଦେହ କରାଯାଉଛି । 

ଖବର ପାଇ ଇନ୍‌ଫୋସିଟି ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଘଟଣାସ୍ଥଳରେ ପରିବାର ଲୋକ ପହଞ୍ଚିଛନ୍ତି । ମୃତଦେହ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ବିଭିନ୍ନ ଦିଗକୁ ନେଇ ଛାନ୍‌ଭିନ୍‌ ଚଳାଇଛି ପୋଲିସ । ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହେବା ନେଇ ସୂଚନା ଦେଇଛି ପୋଲିସ 

 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.