ଓଡ଼ିଶା ବଜେଟ୍‌ରେ ସୁଭଦ୍ରା,୧୦ ହଜାର ୧୪୫ କୋଟି ପ୍ରସ୍ତାବ

Published By : Prameya-News7 Bureau | February 17, 2025 IST

ଭୁବନେଶ୍ବର ୧୭/୨: ଓଡ଼ିଶା ବଜେଟ୍‌ରେ ସୁଭଦ୍ରା । ୨୦୨୫-୨୬ ଆର୍ଥିକ ବର୍ଷରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସୁଭଦ୍ରା ଯୋଜନାରେ ୧୦ ହଜାର ୧୪୫ କୋଟି ଓ ସୁଭଦ୍ରା ସୁରକ୍ଷା ଅଧୀନରେ ୧୫୩ କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଜେଟ୍‌ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆମ ସରକାର ସବୁବେଳେ ମହିଳାଙ୍କୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । ମହିଳା ସଶକ୍ତିକରଣ ପାଇଁ ସୁଭଦ୍ରା ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରାଇଛନ୍ତି । ଏହା ଓଡ଼ିଶା ଇତିହାସର ସବୁଠାରୁ ବଡ ଯୋଜନା । 

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଆମେ ସମସ୍ତ ଯୋଗ୍ୟ ମହିଳାଙ୍କୁ ୫ ବର୍ଷରେ ୫୦ ହଜାର ଟଙ୍କା ଦେବୁ । ପ୍ରଥମ ଥର ପାଇଁ ୧କୋଟି ୭ଲକ୍ଷରୁ ଅଧିକ ମହିଳା ନିଜ ନାମରେ ଏକ ଯୋଜନା ଆବେଦନ ପାଇଁ ଘରୁ ବାହାରକୁ ଯାଉଛନ୍ତି । ଏବେ ସୁଦ୍ଧା ସୁଭଦ୍ରାର ପ୍ରଥମ କିସ୍ତି ୯୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ୪ ହଜାର ୯ଶହ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯାଇଛି । ଏହା ଡିଜିଟାଲ ଓ ଆର୍ଥିକ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆଣିଛି । ସେହିପରି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି ,ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୫୨୬ କୋଟି, ଓଡ଼ିଶା ପୁଷ୍ଟି ମିଶନ ପାଇଁ ଶହେ କୋଟି, ପୋଷଣ ଅଭିଯାନ ପାଇଁ ୨୮୪ କୋଟି ,ମମତା ଯୋଜନା ପାଇଁ ୨୮୪କୋଟି  ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ୨୦୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.