ଭୁବନେଶ୍ବର ୨୦/୨: କିଟ୍ ପ୍ରସଙ୍ଗରେ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ବଡ ବୟାନ । ଛାତ୍ରଛାତ୍ରୀଙ୍କ ପ୍ରତି କିଟ୍ କର୍ତ୍ତୃପକ୍ଷଙ୍କ ବ୍ୟବହାର ନିନ୍ଦନୀୟ । ତାଙ୍କ ମନମାନୀ ଆଦୌ ଗ୍ରହଣୀୟ ନୁହେଁ । ମାନ୍ୟବର ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ପିଲାମାନେ ଶୀଘ୍ର ଫେରିଆସନ୍ତୁ । କ୍ୟାମ୍ପସ ଭିତରେ କେମିତି ଶାନ୍ତି ଶୃଙ୍ଖଳା ଫେରି ଆସିବ ସେ ଦିଗରେ ଚେଷ୍ଟା କରାଯାଉଥିବା କହିଛନ୍ତି ମନ୍ତ୍ରୀ ସଂପଦ ସ୍ବାଇଁ । ସେ ଆହୁରି ମଧ୍ୟ କହିଛନ୍ତି ପୁରା ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କିଟ୍ କ୍ୟାମ୍ପସ ଯାଇ ଘଟଣାର ଅନୁଧ୍ୟାନ କରିଛନ୍ତି । ତଦନ୍ତ ପରେ ଯିଏ ଦୋଷୀ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାର ଘଟଣାକୁ ଗୁରୁତର ସହ ନେଇଛନ୍ତି । ପୁଣି ଯେପରି ଏପରି ଘଟଣାର ପୁନରାବୃତ୍ତି ନହେବ ସେଥିପ୍ରତି ସରକାର ସଚେତନ ଅଛନ୍ତି ।
ସେହିପରି କିଟ୍ ଜମି କେଳେଙ୍କାରି ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଅଭିଯୋଗ ଆଧାରରେ ତଦନ୍ତ ହେବ । ଏହି ସରକାରରେ କୌଣସି ପ୍ରକାର ଦୁର୍ନୀତିକୁ ବରଦାସ୍ତ କରାଯିବନି । ତଦନ୍ତ ଚାଲିଛି ରିପୋର୍ଟ ଆସିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
କିଟ୍ ବିଶ୍ବବିଦ୍ୟାଳୟରେ ନେପାଳି ଛାତ୍ରୀଙ୍କ ଆତ୍ମହତ୍ୟା ଓ ଅନ୍ୟ ଛାତ୍ରଛାତ୍ରୀଙ୍କୁ ମାର୍ପିଟ୍ ଘଟଣାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ କିଟ୍ ମୁଖ୍ୟ ଅତ୍ୟୁତ ସାମନ୍ତ ଘଟଣାକୁ ନେଇ ଏଯାଏ ମୁହଁ ଖୋଲିନାହାନ୍ତି ।