ଅନାସ୍ଥା ମହାବିତର୍କ; ମଣିପୁର ଦୁଃଖ ବଖାଣିଲେ ରାହୁଲ ଗାନ୍ଧି, ବାଚସ୍ପତିଙ୍କୁ ଜଣାଇଲେ ଧନ୍ୟବାଦ

Published By : Prameya-News7 Bureau | August 09, 2023 IST

ନୂଆଦିଲ୍ଲୀ: ସଂସଦରେ ଅନାସ୍ଥା ପ୍ରସ୍ତାବ ମହାବିତର୍କରେ ଘମାସନ ଜାରି । ଦ୍ବିତୀୟ ଦିନରେ ବିରୋଧୀଙ୍କ ପକ୍ଷରୁ କଂଗ୍ରେସ ଓ୍ବାଇନାଡ ସାସଂଦ ରାହୁଲ ଗାନ୍ଧି ଅଭିଭାଷଣ ଆରମ୍ଭ କରିଛନ୍ତି । ବିତର୍କରେ ଭାଗ ନେଇ ଲୋକସଭା ବାଚସ୍ପତି ଓମବିର୍ଲାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଆରମ୍ଭରୁ ଆଦାନୀ ପ୍ରସଂଗରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ଆଦାନୀ ସମ୍ପର୍କରେ କହିବାରୁ ବିଜେପିକୁ କଷ୍ଟ ହେଉଛି, ତେଣୁ ଆଜିର ଦିନରେ ଏବାବଦରେ କୌଣସି ଆଲୋଚନା କରିବି ନାହିଁ, ବିଜେପି ବନ୍ଧୁ ଭୟଭୀତ ହୁଅନ୍ତୁ ନାହିଁ ବୋଲି ରାହୁଲ ଗାନ୍ଧି କହିଛନ୍ତି ।

wp:embed {"url":"https://www.prameyanews7.com/debate-continue-on-no-confidence-motion-prime-minister-may-give-an-answer-on-thursday/","type":"wp-embed","providerNameSlug":"prameya-news-7"}
https://www.prameyanews7.com/debate-continue-on-no-confidence-motion-prime-minister-may-give-an-answer-on-thursday/
/wp:embed

ରାହୁଲ ଗାନ୍ଧି ଭାରତ ଯୋଡୋ ଯାତ୍ରାକୁ ନେଇ ବିଶେଷ ଟିପ୍ପଣୀ କରିଛନ୍ତି । ଦେଶ ଗୋଟିଏ କୋଣରୁ ଅନ୍ୟ ଏକ କୋଣକୁ ଯାତ୍ରା କରିଛି । ଯାତ୍ର ବେଳେ କେନ୍ଦ୍ର ଆକ୍ରୋଶକୁ ବୁଝିବାକୁ ଚେଷ୍ଟା କରିଥିଲି । ଭାରତ ଅହଂକାରକୁ ଚୂର୍ଣ୍ଣ କରିଦିଏ । ଯାତ୍ରା ସମୟରେ ବହୁ ନିକଟରୁ ଲୋକଙ୍କ ଦୁଃଖ ଦେଖିଛି, ସେମାନଙ୍କର ଦୁଃଖ ବୁଝିବାକୁ ଚେଷ୍ଟା କରିଛି । ଏହି ଭାରତ ଯୋଡୋ ଯାତ୍ରା ଆଗକୁ ଜାରି ରହିବ ବୋଲି ରାହୁଲ ଗାନ୍ଧି କହିଛନ୍ତି ।

wp:embed {"url":"https://www.prameyanews7.com/pm-modi-swipe-at-opposition-to-quit-india/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pm-modi-swipe-at-opposition-to-quit-india/
/wp:embed

ମଣିପୁର ହିଂସା ପ୍ରସଂଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ ଗାନ୍ଧି । 'ଲୋକଙ୍କ ସ୍ବର ଶୁଣିବାକୁ ହେଲେ ଘୃଣ ଦୂର କରିବାକୁ ହେବ । ଆଜି ଯାଏଁ ପ୍ରଧାନମନ୍ତ୍ରୀ ମଣି ଯାଇନାହାନ୍ତି । ପୀଡିତଙ୍କ ଦୁଃଖ ବୁଝିବାକୁ ଚେଷ୍ଟା କରିନାହାନ୍ତି । ମଣିପୁର ଆକ୍ରୋଶର ନିଆଁରେ ଜଳୁଛି । ଏବେ ଆଉ ମଣିପୁର ବଞ୍ଚିନାହିଁ । ଦୁଇଟି ସମୁଦ୍ରାୟ ମଧ୍ୟରେ ଭାଗ ଭାଗ ହୋଇଯାଇଛି ମଣିପୁର । ରିଲିଫ କ୍ୟାମ୍ପରେ ଅତି କଷ୍ଟରେ ଲୋକ ଜୀବନଜାପନ କରୁଛନ୍ତି' । ପୀଡିତ ମହିଳା ବଖାଣି ଥିବା ଛାତିଥରା କାହାଣୀକୁ ଲୋକସଭାରେ ଉପସ୍ଥାପନ କରିଛନ୍ତି ରାହୁଲ ଗାନ୍ଧି । ମଣିପୁରରେ ଭାରତର ହତ୍ୟା ହୋଇଛି ବୋଲି ସେ କହିଛନ୍ତି ।

ମଣିପୁର ପ୍ରସଂଗରେ ଲୋକସଭାରେ ବିତର୍କ ଜାରି ରହିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଭାଷଣରୁ ହଙ୍ଗାମା ଆରମ୍ଭ ହୋଇଛି । ଅନସ୍ଥା ପ୍ରସ୍ତାବ ଆଲୋଚନାରେ ରାହୁଲ ଗାନ୍ଧିଙ୍କ ପରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ପରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ରଖିପାରନ୍ତି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.