ଖଣ୍ଡପଡା ଏନ୍ଏସିରେ ଅନାସ୍ଥା ଭୋଟ୍, ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

Published By : Prameya-News7 Bureau | September 17, 2024 IST

ଖଣ୍ଡପଡା ୧୭।୯: ଖଣ୍ଡପଡା ଏନଏସିରେ ଅନାସ୍ଥା ଭୋଟ୍ । ଏ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି । ଅଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଏନଏସିର ୮ ଜଣ କାଉନସିଲର ଅନାସ୍ଥା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ । ଜିଲ୍ଲା ପ୍ରଶାସନ ମଙ୍ଗଳବାର ଦିନ ଅନାସ୍ଥା ଭୋଟ୍ ପାଇଁ ସ୍ଥିର କରିଥିଲା । ଏହି ଭୋଟ୍ ପାଇଁ ନୟାଗଡ଼ ଏଡିଏମ୍‌ ରୋଜିନା ଦାସଙ୍କୁ ପ୍ରଶାସନ ପକ୍ଷରୁ ଦାୟିତ୍ୱ ଦିଆଯାଇଥିବା ବେଳେ ଏସ୍‌ପି ରାହୁଲ ଜୈନ ନିରାପତ୍ତା ବ୍ୟବସ୍ଥା ଦାଇତ୍ୱ ନେଇଛନ୍ତି ।

ତେବେ ମଙ୍ଗଳବାର  ୧୧ଟା ସମୟରେ ନୋ କନଫିଡେନ୍ସ ମୋସନ ଆସିବା ପରେ ଭୋଟ୍ ଆରମ୍ଭ ହେବ । ଦିନ ୧ଟା ସମୟରେ ଫଳାଫଳ ବାହାରିବା ନେଇ ଏଡିଏମ୍ ସୂଚନା ଦେଇଥିବା ବେଳେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଏସ୍‌ପି ନିବେଦନ କରିଛନ୍ତି । ନିରାପତ୍ତା ଦୃଷ୍ଟିରୁ ଏନଏସି କାର୍ଯ୍ୟାଳୟ ଠାରୁ ୨୦୦ମିଟର ପର୍ଯ୍ୟନ୍ତ ୧୬୩ ଧାରା ଲାଗୁ କରାଯିବା ସହ ଫ୍ଲାଗ୍ ମାର୍ଚ୍ଚ ମଧ୍ୟ କରାଯାଇଛି ।

You Can Read:

ମହିଳାଙ୍କ ଆକାଉଣ୍ଟକୁ ଯିବ 'ସୁଭଦ୍ରା' ଟଙ୍କା, ଜନ୍ମଦିନରେ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.