କଠୋର ହେଲା BCCI , ଶ୍ରେୟସ ଆୟରଙ୍କ ପାଇଁ ଟିମ୍ ଇଣ୍ଡିଆର ସବୁ ରାସ୍ତା ବନ୍ଦ !

Published By : Prameya-News7 Bureau | September 18, 2024 IST

ମୁମ୍ବାଇ ୧୮।୦୯ : ବାଂଲାଦେଶ ବିପକ୍ଷ ସିରିଜ୍‌ ଲାଗି ଶ୍ରେୟସ ଆୟରଙ୍କୁ ଦଳରେ ସାମିଲ କରାଯାଇନାହିଁ । ଆୟର ଏବେ ଦୁଲ୍ଲୀପ ଟ୍ରଫିରେ ଇଣ୍ଡିଆ ଡିର ଅଧିନାୟକ ପଦ ସମ୍ଭାଳୁଛନ୍ତି ।ଦୁଲ୍ଲୀପ ଟ୍ରଫିର ସେତେଟା ଆଖିଦୃଶିଆ ପ୍ରଦର୍ଶନ କରିନାହାନ୍ତି ଆୟର । ଏସବୁ ମଧ୍ୟରେ ବିସିସିଆଇର ତରଫରୁ ଆସିଛି ବଡ଼ ସୂଚନା । 

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନର ସମୟରେ ଟେଷ୍ଟ ଟିମ୍‌ରେ ଶ୍ରେୟସଙ୍କ ପାଇଁ କୌଣସି ଜାଗା ନାହିଁ । ଟେଷ୍ଟ ଟିମ୍‌ରେ ଚୟନ ହୋଇଥିବା ସମସ୍ତ ଖେଳାଳି ନିଜ ନିଜ ଦକ୍ଷତା ଅନୁସାରେ ପ୍ରଦର୍ଶନ କରୁଛନ୍ତି ।  କାହାକୁ ରିପ୍ଲେସ କରିବେ ଶ୍ରେୟସ ଆୟର । ଏହାସହିତ ଦୁଲ୍ଲୀପ ଟ୍ରଫିରେ ଶ୍ରେୟସଙ୍କ ସଟ୍‌ ସିଲେକ୍ସନ୍‌ ଆମ ପାଇଁ ଚିନ୍ତାର ବିଷୟ ପାଲଟିଛି। କିଛି ମ୍ୟାଚ୍‌ରେ ଆମେ ଦେଖିଛୁ କି.. ସେ କ୍ରିଜ୍‌ରେ ଜମିଯାଇଥିବେ । ହଠାତ୍‌ ଭୁଲ୍‌ ସଟ୍‌ ଖେଳି ଆଉଟ୍‌ ହୋଇଯାଉଛନ୍ତି । ଯଦି ବୋଲର ବୋଲିଂ କରିବା ପୂର୍ବରୁ ସଟ୍‌ ଏବଂ ପ୍ଲଟ୍‌ ବାଛି ନେଉଛନ୍ତି । ତେବେ ଏହା ଆପଣଙ୍କ ପାଇଁ ଭୁଲ୍‌ ।ଶ୍ରେୟସ ଯଦି ନିଜର ଏହି ଭୁଲ୍‌କୁ ସଜାଡିପାରିବେ । ତେବେ ଆଗକୁ ଯାଇ ଚୟନ ନେଇ ସିଲେକ୍ସନ କମିଟି ଚିନ୍ତା କରିବ । 

ଏହାପୂର୍ବରୁ ଇଂଲଣ୍ଡ ବିପକ୍ଷ ୫ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଚୟନ ହୋଇଥିଲେ ଶ୍ରେୟସ ଆୟର । ପ୍ରଥମ ଦୁଇଟି ମ୍ୟାଚ୍‌ରେ ଶ୍ରେୟସ ସେତେଟା ଖାସ୍‌ ପ୍ରଦର୍ଶନ କରିପାରିନଥିଲେ । ଇଂଲଣ୍ଡ ଟେଷ୍ଟ ସିରିଜ୍‌ ପୂର୍ବରୁ ଆୟର ଦକ୍ଷିଣ ଆଫ୍ରିକା ସିରିଜ୍‌ରେ ନଜର ଆସିଥିଲେ।

ସୂଚନାଯୋଗ୍ୟ ଯେ, ଶ୍ରେୟସ ଆୟର ବର୍ତ୍ତମାନ ଯାଏଁ ୧୪ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି । ମୋଟ ୨୪ଟି ପାରିରେ ଶ୍ରେୟସ ୮୧୧ ରନ୍‌ ସଂଗ୍ରହ କରିଛନ୍ତି । ଏହିସବୁ ମ୍ୟାଚ୍‌ ମଧ୍ୟରୁ ଶ୍ରେୟସଙ୍କ ବ୍ୟାଟ୍‌ରୁ ଗୋଟିଏ ଶତକ ଏବଂ ୫ଟି ଅର୍ଦ୍ଧଶତକ ବାହାରିଛି । ୨୦୨୧ରେ ଟେଷ୍ଟ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ ଶ୍ରେୟସ ଆୟର ।  

ମୋ ଠାରୁ ତୁମେ ଅଧିକ ଝଗଡ଼ା କର... କୋହଲିଙ୍କ ପ୍ରଶ୍ନର ଏମିତି କିଛି ଉତ୍ତର ଦେଲେ ଗମ୍ଭୀର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.