ନୋଏଡାରେ ଆଶ୍ଚର୍ଯ୍ୟଜନକ ଘଟଣା; ସ୍କୁଟିକୁ ଧକ୍କା ଦେଲା କାର, ପିଲରରେ ଲାଖିଗଲେ ମହିଳା

Published By : Prameya-News7 Bureau | September 22, 2024 IST

ନୂଆଦିଲ୍ଲୀ ୨୨।୦୯; ଉତ୍ତରପ୍ରଦେଶରେ ଆଶ୍ଚର୍ଯ୍ୟକର ଘଟଣା ଘଟିଥିଲା । ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା । ଯେଉଁଠାରେ ଏକ ମହିଳା ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି।କିନ୍ତୁ ସେ ଗୁରୁତର ଆହତ ହୋଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ବର୍ତ୍ତମାନ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଛି।

ସ୍କୁଟିରେ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା କାର ତାଙ୍କୁ ଧକ୍କା ଦେଇଥିଲା। ସୌଭାଗ୍ୟବଶତଃ ସ୍କୁଟି ଉଡି ଯାଇ ଉଚ୍ଚ ସ୍ତମ୍ଭ ଉପରେ ଅଟକି ଯାଇଥିଲା ।

ଏହାକୁ ଦେଖିବା ପାଇଁ ସେଠାରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ସିଡ଼ି ସାହାଯ୍ୟରେ ତାଙ୍କୁ ସୁରକ୍ଷିତ ଭାବେ ଅଣାଯାଇଥିଲା। ଏହି ଦୁର୍ଘଟଣାରେ ମହିଳାଙ୍କ ଗୋଡରେ ଆଘାତ ଲାଗିଛି ଏବଂ ସେ ବହୁତ ଡରି ଯାଇଛନ୍ତି। ବର୍ତ୍ତମାନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଭାଇରାଲ୍ ଭିଡିଓ ଅନୁସାରେ, ମହିଳା ଜଣକ ଓଭରବ୍ରିଜ୍ ଧାରରେ ବସିଥିବା ଦେଖିବାକୁ ମିଳୁଛି। ପୋଲିସ ଏବଂ ଅଗ୍ନିଶମବାହିନୀ କର୍ମଚାରୀ ତାଙ୍କୁ ଉଦ୍ଧାର କରୁଛନ୍ତି। ତେବେ ତାଙ୍କର କୌଣସି ଗୁରୁତର ହୋଇଥିବା ଅତିରିକ୍ତ ଡେପୁଟି ପୁଲିସ କମିଶନର କହିଛନ୍ତି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.