ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋର୍‌ଦାର ସ୍ୱାଗତ, କ୍ୱାର୍ଡ ଶିଖର ସମ୍ମିଳନୀରେ ହେଲେ ସାମିଲ

Published By : Prameya-News7 Bureau | September 22, 2024 IST

aajtak

ନୂଆଦିଲ୍ଲୀ ୨୨।୦୯  :  ତିନିଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ପ୍ରଧାନମନ୍ତ୍ରୀ କ୍ୱାଡ ଶିଖର ସମ୍ମିଳନୀରେ ସାମିଲ ହୋଇଥିବା ବେଳେ ଆଗକୁ ଜାତିସଂଘର ଏକ ସମ୍ମିଳନୀକୁ ସମ୍ବୋଧନ ମଧ୍ୟ କରିବେ । ତେବେ ପ୍ରଧାନମନ୍ତ୍ରୀ ପେନ୍‌ସିଲଭେନିଆର ଫିଲାଡେଲଫିଆ ଏୟାରପୋର୍ଟରେ ପହଞ୍ଚିବା ପରେ ଜୋରାଦାର ସ୍ୱାଗତ କରାଯାଇଥିଲା । ପ୍ରବାଣୀ ଭାରତୀୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଢୋଲ ବଜାଇ ସ୍ୱାଗତ କରିଥିଲେ । ଏହାସହିତ ମୋଦି ମୋଦି ନାରାବାଜି ମଧ୍ୟ କରିଥିଲେ । 

ଏହି ଗସ୍ତ ନେଇ ପ୍ରଧାନମନ୍ତ୍ରୀ ନିଜ ସୋସିଆଲ୍‌ ମିଡିଆରେ କହିଛନ୍ତି ଯେ, ଭାରତୀୟମାନେ ମୋତେ ଯେଉଁଭଳି ଭାବେ ସ୍ୱାଗତ କରିଛନ୍ତି । ତାହା  ମୋ ପାଇଁ ଅତ୍ୟନ୍ତର ଗର୍ବର ସମୟ । ସେମାନଙ୍କ ସହିତ କଥା ହୋଇ ମୁଁ ବେଶ୍ ଆନନ୍ଦିତ ଅନୁଭବ କରିଛି । ଏହାପରେ ବିଲମିଙ୍ଗଟନ୍ ରେ ଆୟୋଜିତ ପ୍ରଧାନମନ୍ତ୍ରୀ କ୍ୱାର୍ଡ ଶିଖର ସମ୍ମିଳନୀରେ ସାମିଲ ହୋଇଥିଲେ । 

ଭାରତୀୟ ସମୟ ରାତି ସାଢେ ଗୋଟାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍,‍ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଙ୍କ ସହ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି ମୋଦି । ଏହି ଅବସରରେ ମୋଦି କହିଛନ୍ତି, ସାରା ବିଶ୍ବ ସଂଘର୍ଷ ଦେଇ ଗତି କରୁଛି । ଏଭଳି ସ୍ଥିତିରେ ସମସ୍ତେ ମିଳିମିଶି ଚାଲିବା ମାନବିକତାର ଧର୍ମ । ଆମେ କାହାକୁ ବିରୋଧ କରୁନୁ । ଆମେ କ୍ଷେତ୍ରୀୟ ଅଖଣ୍ଡତା ଏବଂ ସମସ୍ତ ପ୍ରସଙ୍ଗକୁ ଶାନ୍ତିପୂର୍ଣ୍ଣ ସମାଧାନ କରିବା ଉପରେ ଗୁରୁତ୍ବ ଦେଉଛୁ । କ୍ବାଡ ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ମୋଦିଏବଂ ଅନ୍ୟ କ୍ବାଡ୍ ନେତା କ୍ୟାନସର୍ ମୁନସାଟ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଇଣ୍ଡୋ ପାସିଫିକ୍ ଦେଶ ପାଇଁ ୪କୋଟି ମାଗଣା କ୍ୟାନସର୍ ଭାକସିନ୍ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.