ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ, ରାଷ୍ଟ୍ରପତି ବାଇଡେନଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା

Published By : Prameya-News7 Bureau | September 21, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ଆମେରିକା ଗସ୍ତରେ ଫିଲାଡେଫ୍ଲିୟାରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ଓହ୍ଲାଇବା ପରେ ଆମେରିକାର ଚିଫ୍ ଅଫ୍ ପ୍ରୋଟୋକଲ୍ ଏଥନ ରୋସେନଜବେଗ ପିଏମ୍ ମୋଦୀଙ୍କୁ ସ୍ୱାଗତ କରିଛନ୍ତି । ଆମେରିକାର ଚିଫ୍ ଅଫ୍ ପ୍ରୋଟୋକଲ୍ ପଦ ରାଷ୍ଟ୍ରଦୂତ କିମ୍ୱା ସହୟାକ ବିଦେଶ ମନ୍ତ୍ରୀଙ୍କ ସମକକ୍ଷ ହୋଇଥାଏ । ବିମାନ ବନ୍ଦରରେ ପିଏମ୍ ମୋଦୀଙ୍କ ସ୍ୱାଗତ ପାଇଁ ଆମେରିକାରେ ଅବସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରା ଏବଂ ନ୍ୟୁୟର୍କରେ ଭାରତର କନ୍ସୁଲେଟ୍ ଜେନେରାଲ ବିନୟ ଶ୍ରୀକାନ୍ତ ପ୍ରଧାନ ଉପସ୍ଥିତ ରହିଥିଲେ ।   

ଫିଲାଡେଫ୍ଲିୟାରେ ବିମାନ ବନ୍ଦରରେ ପ୍ରବାସୀ ଭାରତୀୟ ସମୁଦାୟ ପିଏମ୍ ମୋଦୀଙ୍କୁ ଜୋରଦାର ସ୍ୱାଗତ ଜଣାଇଥିଲେ । ଆମେରିକାର ବିଭିନ୍ନ ସହରରେ ପ୍ରବାସୀ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଗତ ପାଇଁ ବିମାନ ବନ୍ଦରରେ ଏକାଠି ହୋଇଥିଲେ । ପୂରା ପରିସର ମୋଦୀ-ମୋଦୀ ନାଁରେ କମ୍ପିଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରବାସୀ ଭାରତୀୟଙ୍କୁ ଭେଟି ଉତ୍ସାହ ବଢାଇଥିଲେ । ପିଏମ୍ ମୋଦୀଙ୍କ ଏହି ଯାତ୍ରାରେ ବାର୍ଷିକ କ୍ୱାଡ ଶିଖର ସମ୍ମିଳନୀ ବୈଠକରେ ଯୋଗ ଦେବା ସହ ଜାତିସଂଘ ମହାସଭାରେ ସମିଟ୍ ଅଫ୍ ଦ ଫ୍ୟୁଚରକୁ ସମ୍ୱୋଧନ କରିବେ । ଏହାସହ ପ୍ରଧାନମନ୍ତ୍ରୀ ମୋଦୀ କିଛି ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକତରେ ସାମିଲ ଅଂଶଗ୍ରହଣ କରିବେ ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକ୍ସରେ ଲେଖିଛନ୍ତି, ଆଜି ପ୍ରଧାନମନ୍ତ୍ରୀ ଅଲବାନିଜ୍ (ଅଷ୍ଟ୍ରେଲିଆ), ମୋଦୀ ଏବଂ କିଶିଜାଙ୍କୁ ନିଜ ଘର ଜେଲାୱେୟରରେ ସ୍ୱାଗତ କରିବି । ଏହି ନେତା କେବଳ ଏକ ମୁକ୍ତ ଏବଂ ସ୍ୱାଧୀନ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ନୁହନ୍ତି-ମୋର ଏବଂ ଆମ ରାଷ୍ଟ୍ରର ଭଲ ମିତ୍ର ମଧ୍ୟ । ଶିଖର ସମ୍ମିଳନୀରେ ଆମ ଯାହା କିଛି ହାସଲ କରିବୁ, ତାକୁ ନେଇ ମୁଁ ଆଶାବାଦୀ ଅଛି ।କ୍ୱାଡ ନେତାଙ୍କ ଷଷ୍ଠ ବୈଠକ ଆମେରିକାର ସ୍ଥାନୀୟ ସମୟ ଅନୁସାରେ ଅପରାହ୍ଣ 4ଟାରେ ଆର୍କମେରେ ଏକାଡେମୀରେ ହେବ । ଭାରତୀୟ ସମୟାନୁସାରେ ରବିବାର ଅପରାହ୍ଣ 1.40 ମିନିଟରେ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.