ରୁଷର ନ୍ୟୁକ୍ଲିୟର ଟେଷ୍ଟ ସାଇଟ୍‌ରେ ଦେଖାଗଲା ଗତିବିଧି, ବ୍ୟୁରଭେଷ୍ଟନିକ ପରମାଣୁ ମିସାଇଲ୍ ତିଆରି କରୁଛନ୍ତି କି ପୁଟିନ ?

Published By : Prameya-News7 Bureau | September 21, 2024 IST

ନୂଆଦିଲ୍ଲୀ: ରୁଷର ଉତ୍ତର ନ୍ୟୁକ୍ଲିୟର ଟେଷ୍ଟ ସାଇଟ୍‌ରେ ସୁଡ଼ଙ୍ଗ ନିର୍ମାଣ କରାଯାଉଛି । ଜାପାନର ଏକ ଥିଙ୍କ ଟ୍ୟାଙ୍କ ଏକ ସାଟେଲାଇଟ୍ ଫଟୋ ଆଧାରରେ ଏହି ଦାବି କରିଛି । ସାଟେଲାଇଟ୍ ଫଟୋ ଆଧାରରେ ୨୦୨୪ ସେପ୍ଟେମ୍ୱର ୧୮ରେ ଟୋକିଓ ବିଶ୍ୱବିଦ୍ୟାଳୟରେ ଆଡଭାନ୍ସଡ୍ ସାଇନ୍ସ ଆଣ୍ଡ ଟେକ୍ନୋଲଜିର ଓପନ ଲେବୋରେଟରୋ ଫର୍ ଏମର୍ଜେନ୍ସି ଷ୍ଟ୍ରାଟେଜିଜ୍ (ରୋଲ୍ସ) ନିଜ ରିପୋର୍ଟରେ ରୁଷର ଉତ୍ତର ନୋଭାୟା ଜେମଲ୍ୟା ପରମାଣୁ ପରୀକ୍ଷଣ ସ୍ଥଳୀରେ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ ଗତିବିଧି ଚାଲିଥିବା ଦାବି କରାଯାଇଛି । ଏହି ଫଟୋରେ ସମ୍ଭାବିତ ପରମାଣୁ ପରୀକ୍ଷଣ ଏବଂ ଆଡଭାନ୍ସ ୱେପନ ସିଷ୍ଟମ, ବିଶେଷ ରୂପେ ବ୍ୟୁରଭେଷ୍ଟନିକ୍ ନ୍ୟୁକ୍ଲିୟର-ପାୱାର କ୍ରୁଜ ମିଶାଇଲ ନିର୍ମାଣ ନେଇ ଚର୍ଚ୍ଚା ଜୋର ଧରିଛି ।

ୟୁରେସିୟନ ଟାଇମ୍ସର ରିପୋର୍ଟ ଅନୁସାରେ, ରୋଲ୍ସ ଜାଣିବାକୁ ପାଇଛି ଯେ ଗ୍ରୀଷ୍ମ ସମୟରେ ପରମାଣୁ ପରୀକ୍ଷଣ ସୁଡ଼ଙ୍ଗରୁ ମାଟି ହରାଯାଉଥିଲା । ଗ୍ରୀଷ୍ମ ପରେ ବି ଏଠାରେ ଅତିରିକ୍ତ ଗତିବିଧି ଦେଖିବାକୁ ମିଳିଛି । ଏହି ଗତିବିଧିରେ ପରମାଣୁ ପରୀକ୍ଷଣ ଏବଂ ହତିଆର ବିକାଶ ନେଇ ରୁଷର ଉଦ୍ଦେଶ୍ୟ ଉପରେ ଆଲୋକପାତ କରୁଛି । ଏହି ଚର୍ଚ୍ଚା ଏଥିପାଇଁ ବଢିଛି କାରଣ ରୁଷର ପ୍ରମୁଖ ବୈଜ୍ଞାନିକ ମିଖାଇଲ କୋଭଲଚୁକରେ କିଛି ମାସ ପୂର୍ବରୁ ନୋଭାୟ ଜେମଲ୍ୟାରେ ପରମାଣୁ ପରୀକ୍ଷଣ ଆରମ୍ଭ ପାଇଁ ଯୁକ୍ତି ରଖିଥିଲେ ।

ଏବେ ଏହି ଫଟୋ ସବୁ ବ୍ୟୁରଭେଷ୍ଟନିକ ମିସାଇଲକୁ ମଧ୍ୟ ଚର୍ଚ୍ଚାକୁ ଆଣିଛି । ଅନେକ ବିଶେଷଜ୍ଞଙ୍କ ମତରେ ନୋଭାୟା ଜେମଲ୍ୟାରେ ନିର୍ମାଣ କାର୍ଯ୍ୟ ବ୍ୟୁରଭେଷ୍ଟନିକର ନିର୍ମାଣ ସହ ଜଡ଼ିତ । ଏହା ରୁଷ ଲୋ-ଫ୍ଲାଇଙ୍ଗ, ନ୍ୟୁକ୍ଲିୟର ପାୱର୍ଡ ଏବଂ ନ୍ୟୁକ୍ଲିୟର ଆର୍ମଡ୍ କ୍ରୁଜ ମିସାଇଲ ରହିଛି । ଏହି ମିସାଇଲକୁ ଏକ ମାନକ ରକେଟ୍ ଇଞ୍ଜିନ ସାହାଯ୍ୟରେ ଲଞ୍ଚ କରାଯାଏ, ଯାହାପରେ ଉଡ଼ାଣରେ ଏକ ଛୋଟିଆ ପରମାଣୁ ରିଏକ୍ଟର ସକ୍ରିୟ ହୋଇଥାଏ । ଯାହାଦ୍ୱାରା ଏହା ଗୁରୁତ୍ୱପୂର୍ଣ୍ଣ ଦୂରତା ଯାତ୍ରା କରିବାରେ ସକ୍ଷମ ହୋଇଥାଏ । ବ୍ୟୁରଭେଷ୍ଟନିକୁ 'ଫ୍ଲାଇଙ୍ଗ ଚେରନୋବିଲ' ବୋଲି ଉପନାମ ଦିଆଯାଇଛି । 

ବ୍ୟୁରଭେଷ୍ଟନିକ ମିସାଇଲକୁ ଏବେ ସୁଦ୍ଧା ସଫଳ ବୋଲି ଧରାଯାଇ ନାହିଁ । ଏହାର ଅନେକ ପରୀକ୍ଷଣ ହୋଇଛି, ଯେଉଁଥିରୁ ଅଧିକାଂଶ ପରିଣାମ ବିଫଳ ରହିଛି । ୨୦୧୯ରେ ଆର୍କାନଜେସ୍କ ନିକଟରେ ପରୀକ୍ଷଣ ବିଫଳ ହୋଇଥିଲା ଏବଂ ଏଥିଯୋଗୁଁ ଅତି କମରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ରୁଷ ଏହି ପରୀକ୍ଷଣର ବିଫଳତାକୁ ସ୍ୱୀକାର କରି ନଥିଲା । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.