ଗାଜାର ଏକ ସ୍କୁଲରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌, ୨୨ରୁ ଲୋକଙ୍କ ମୃତ୍ୟୁ

Published By : Prameya-News7 Bureau | September 22, 2024 IST

ନୂଆଦିଲ୍ଲୀ ୨୨।୦୯ : ଇସ୍ରାଏଲର ପୁଣି ଏୟାରଷ୍ଟ୍ରାଇକ୍‌ । ଗାଜାର ସ୍କୁଲରେ ଇସ୍ରାଏଲ୍‌ ପକ୍ଷରୁ ହୋଇଛି ଏୟାରଷ୍ଟ୍ରାଇକ୍‌ । ଯେଉଁଥିରେ ୨୨ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ସାମିଲ ଥିବା ଜଣାପଡିଛି । 

ଖବର ଅନୁଯାୟୀ,  ଗାଜା ସିଟିର ଦକ୍ଷିଣାଞ୍ଚଳ ଜିଟାଉନ୍‌ ସହରରେ ଥିବା ଏକ ସ୍କୁଲ ଉପରେ ଇସ୍ରାଏଲ ସେନା ଏୟାରଷ୍ଟ୍ରାଇକ୍‌ କରିଛି । ଏଥିରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ୩୦ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୬ ମହିଳା ଓ ୧୩ ଜଣ ପିଲା ଅଛନ୍ତି । ସେହି ସ୍କୁଲରେ ପାଲେଷ୍ଟିନୀୟ ଶରଣାର୍ଥୀ ରହୁଥିଲେ । ସେମାନଙ୍କୁ ଟାର୍ଗେଟ କରି ଇସ୍ରାଏଲ ଏଭଳି ଆକ୍ରମଣ କରିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଭିଯୋଗ କରିଛି । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ସ୍କୁଲ ପଡିଆରେ କିଛି ପିଲା ଖେଳୁଥିଲା ବେଳେ ଆଉ କିଛି ପିଲା ଓ ମହିଳା ସେଠାରେ ଖେଳ ଦେଖୁଥିଲେ । ଏହି ସମୟରେ ହଠାତ୍‌ ଦୁଇଟି ରକେଟ ମାଡ଼ ହୋଇଥିଲା । ଗୋଟିଏ ସ୍କୁଲ ଉପରେ ଓ ଅନ୍ୟଟି ପଡିଆରେ ପଡିଥିଲା । 

ଅନ୍ୟପଟେ ଇସ୍ରାଏଲ କହିଛି କି ଉକ୍ତ ସ୍କୁଲକୁ ହମାସ ଆତଙ୍କୀମାନେ କମାଣ୍ଡ ସେଣ୍ଟର ଭାବେ ବ୍ୟବହାର କରୁଥିଲେ । ବିମାନ ଆକ୍ରମଣରେ ତାକୁ ଧ୍ୱଂସ କରିଦିଆଯାଇଛି । ହେଲେ ହମାସ ଏହାକୁ ଖଣ୍ଡନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.