ଋଷ୍‌ର ଟିଖୋରସ୍କ ସିଟିରେ ଜରୁରୀକାଳୀନ ସ୍ଥିତି; ଅସ୍ତ୍ରଭଣ୍ଡାର ଉପରେ ୟୁକ୍ରେନର ଡ୍ରୋନ୍ ମାଡ଼

Published By : Prameya-News7 Bureau | September 22, 2024 IST

ନୂଆଦିଲ୍ଲୀ: ଋଷ୍ ଓ ୟୁକ୍ରେନ ମଧ୍ୟରେ ତିକ୍ତତା ବଢ଼ୁଛି । ଯୁଦ୍ଧ ସ୍ଥିତି ପୁଣି ଥରେ ତୀବ୍ର ହେବାରେ ଲାଗିଛି । ପୂର୍ବରୁ ଡିଫେଣ୍ଡ୍ କରୁଥିବା କୀଭ ସେନା ଏବେ ଆକ୍ରମଣାତ୍ମକ ଢଙ୍ଗରେ ହମଲା କରୁଛି । ୟୁକ୍ରେନ ସେନା ଋଷର  ଅସ୍ତ୍ରଭଣ୍ଡାର ଉପରେ ଆକ୍ରମଣ କରିଛି । ଏୟାର ଷ୍ଟ୍ରାଇକ୍ କରି ଦୁଇଟି ଅସ୍ତ୍ରାଗାରକୁ ଧ୍ବଂସ କରି ଦେଇଛି । ଫଳରେ ଟିଖୋରସ୍କ ସିଟିରେ ଜରୁରୀକାଳୀନ ସ୍ଥିତି ସୃଷ୍ଟି ହୋଇଛି ।  

ୟୁକ୍ରେନ୍ ମିଲିଟାରୀ ଜେନେରାଲ ଏନେଇ ଟେଲିଗ୍ରାମରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ୨୦୦୦ ଟନ୍ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବରୁଦ ଧରି ଟିଖୋରସ୍କ ସହର ଥିବା ଅସ୍ତ୍ରଭଣ୍ଡାର ନିକଟରେ  ଛିଡ଼ା ହୋଇଥିବା ବେଳେ ଏହି ଏୟାର ଷ୍ଟ୍ରାଇକ୍ ହୋଇଥିଲା । ଏହି ଯୁଦ୍ଧାସ୍ତ୍ର ସବୁ ଉତ୍ତର କୋରିଆରୁ ଆସିଥିଲା ଏବଂ ଏଥିରେ ମାରାତ୍ମକ ମିସାଇଲ୍ ଥିବା ୟୁକେନ୍ ମିଲିଟାରୀ ଜେନେରାଲର ଦାବି କରିଛନ୍ତି । ଋଷର ଟିଖୋରସ୍କ ଥିବା ତିନୋଟି ବଡ଼ ଅସ୍ତ୍ରାଗାର ମଧ୍ୟରୁ ଏହା ଗୋଟିଏ ।  ଏହାକୁ କବଜା କରାଯାଇଥିବା ବେଳେ ଏହା ଋଷ୍ ଯୁଦ୍ଧରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। 

ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ, ୟୁକ୍ରେନ ସେନା ଋଷର ଏହି ଗୋଳାବାରୁଦ ଭର୍ତ୍ତି ଟ୍ରେନ୍ ଉପରେ ଡ୍ରୋନ ହମଲା କରିଛି ।  ଏହି କ୍ଷେତ୍ର ଋଷର ଦକ୍ଷିଣାଞ୍ଚଳ ଏବଂ ଓଟିୟାବ୍ରାସ୍କର ପଶ୍ଚିମ କ୍ଷେତ୍ରର ଟେଭରରେ ଏହି ଆକ୍ରମଣ ହୋଇଛି । ୟୁକ୍ରେନ ଏହି ହମଲାରେ ଲଙ୍ଗ୍ ରେଞ୍ଜ୍ ଯୁଦ୍ଧାସ୍ତ୍ର ବ୍ୟବହାର କରିଛି । ୟୁକ୍ରେନର ଏହି ଆକ୍ରମଣ ପରେ କ୍ରାସନଣ୍ଡର ଗଭର୍ଣ୍ଣର ଭେନିଆମିନ୍ କୋଣ୍ଡ୍ରାଟିୟାଭ୍, ସ୍ଥାନୀୟ ଅଞ୍ଚଳରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.