ସଞ୍ଜନା ସାଂଘୀ ଜାତିସଂଘରେ ଭାରତର ୟୁଥ୍ ଚାମ୍ପିୟନ, ମଞ୍ଚରେ ଯୁବପିଢ଼ିଙ୍କୁ ଦେଲେ ବାର୍ତ୍ତା

Published By : Prameya-News7 Bureau | September 22, 2024 IST

ମୁମ୍ଵାଇ ୨୨।୦୯: ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି) ଇଣ୍ଡିଆ ୟୁଥ୍‌  ଚାମ୍ପିଅନ୍‌ ରୂପେ ନିଯୁକ୍ତ ହୋଇଛନ୍ତି ଅଭିନେତ୍ରୀ ସଞ୍ଜନା ସାଂଘୀ ।  ନିଜର ଦାୟିତ୍ୱକୁ ସେ ପୂର୍ଣ୍ଣ ଆନ୍ତରିକତାର ସହ ନିର୍ବାହ କରିଛନ୍ତି ।  ଗତ ଶନିବାର ନ୍ୟୁୟର୍କରେ ଫ୍ୟୁଚର ଆକ୍ସନ୍‌ ଡେଜ୍‌ର ଜାତିସଂଘ  ସମ୍ମିଳନୀରେ ସେ ଯୋଗ ଦେଇଥିଲେ । ସମ୍ମିଳନୀର ପ୍ରଥମ ଦିନର  ଥିମ୍‌ ଥିଲା ‘ଭବିଷ୍ୟତ ପାଇଁ ଯୁବ ନେତୃତ୍ୱ: ସମସ୍ତଙ୍କ ପାଇଁ ଉତ୍ତମ  ପୃଥିବୀର ପ୍ରତିଶ୍ରୁତିରେ ଆମେ ବିଶ୍ୱାସ କରୁ ।

’ ଏ ଅବସରରେ  ସଞ୍ଜନା ମଞ୍ଚରେ ଯୁବପିଢ଼ି ସମାଜରେ ପରିବର୍ତ୍ତନ ଆଣିବାର  ଶକ୍ତି ହେବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ  କହିଥିଲେ ‘ଆମେ କେବଳ ପରିବର୍ତ୍ତନର ଟେବଲରେ ଏକ ସ୍ଥାନ  ମାଗୁଛୁ । ନିଯୁକ୍ତିର ବାସ୍ତବ ସୁଯୋଗ ମାଗୁଛୁ, ତାହା ଘରୋଇ ହେଉ   ବା ସରକାରରେ ଜାତିସଂଘରେ ହେଉ ବା ଏକାଡେମୀରେ ।  ଆମେ କେବଳ ଚାହୁଁଛୁ, ଆମ ସ୍ୱରକୁ ଣୁଣାଯାଉ । କାରଣ ଆମେ ଓ  ଆମ ସ୍ୱର ଗୁରୁତ୍ୱପୂର୍ଣ୍ଣ । ଆମେ ପୃଥିବୀରେ ଯାହା ଦେଖିବାକୁ ଇଚ୍ଛା  କରୁଛୁ, ସେହି ପରିବର୍ତ୍ତନର ସୁଯୋଗ ଆମକୁ ମିଳୁ, ଆମେ  କେବଳ ତାହା ମାଗୁଛୁ ।’ ଗତ ମେ’ ମାସରେ ସଞ୍ଜନା ନ୍ୟୁୟର୍କ   ସ୍ଥିତ ଜାତିସଂଘ ସାଧାରଣ ସଭା ଗସ୍ତ   କରିଥିଲେ । ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ   ଶେୟାର କରି ସେ ଲେଖିଛନ୍ତି,  ଜାତିସଂଘ ସାଧାରଣ ସଭାରେ ଠିଆ   ହେବା ବାସ୍ତବରେ ଇତିହାସ ରଚିବା ଭଳି ଅନୁଭବ । 

ଜାତିସଂଘ ବିକାଶ  କାର୍ଯ୍ୟକ୍ରମରେ ଭାରତର ଜଣେ  ୟୁଥ୍‌ ଚାମ୍ପିଅନ୍‌ ଭାବେ ସୁନ୍ଦର  ଆସନ୍ତାକାଲି ନିମନ୍ତେ ମିଳିତ  କାର୍ଯ୍ୟାନୁଷ୍ଠାନର ମ୍ୟାଜିକ୍‌ର  ଅନୁଭବ ପାଇବାର ସୁଯୋଗ  କୃତଜ୍ଞତା ଓ ଶିକ୍ଷଣର  ମୁହୂର୍ତ୍ତ ।’ ୨୦୧୧ ମସିହାରେ ଫିଲ୍ମ   ‘ରକ୍‌ଷ୍ଟାର’ ଜରିଆରେ  ବଲିଉଡ୍‌ରେ ଏଣ୍ଟ୍ରି  କରିଥିଲେ ସଞ୍ଜନା ।  ଏହା ପରେ ‘ହିନ୍ଦୀ  ମିଡିୟମ୍‌’, ‘ଫୁକ୍‌ରେ   ରିଟର୍ନସ୍‌’, ‘ଧକ୍‌  ଧକ୍‌’ ଓ ‘ଦିଲ୍‌ ବେଚାରା’  ଭଳି ଫିଲରେ ସେ ନଜର  ଆସିଲେ । ସାଜିଦ ଅଲିଙ୍କ ‘ୱ  ଭି ଦିନ୍‌ ଥେ’ରେ ଶେଷ ଥର  ସେ ପରଦାରେ ନଜର  ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.