ନୂଆଦିଲ୍ଲୀ: ବିରୋଧୀ ଇଣ୍ଡିଆ ମେଣ୍ଟ ୧୪ ଟିଭି ଆଙ୍କର ବୟକଟ କରିଛନ୍ତି। ଏହାକୁ ନେଇ ରାଜନୀତି ମଧ୍ୟ ଦେଖିବାକୁ ମିଳିଛି । ଆଉ ଏହାରି ମଧ୍ୟରେ ଶନିବାର କଂଗ୍ରେସ ନେତା ପଓ୍ବନ ଖେରା ଏହାକୁ ଅସହଯୋଗ ଆନ୍ଦୋଳନ ବୋଲି କହିଛନ୍ତି ।
ପଓ୍ବନ ଖେରା କହିଛନ୍ତି ‘‘ଏହି ଆନ୍ଦୋଳନ ସେମାନଙ୍କ ବିରୋଧରେ ଅସହଯୋଗ ଆନ୍ଦୋଳନ, ଯେଉଁମାନେ ସମାଜରେ ଘୃଣା ପ୍ରଚାର କରୁଛନ୍ତି।’’ ଆମେ ବ୍ୟାନ୍ କରୁନାହିଁ, ବୟକଟ କିମ୍ବା ବ୍ଲାକ୍ଲିଷ୍ଟ କରିନାହୁଁ। ଏହା ଏକ ଅସହଯୋଗ ଆନ୍ଦୋଳନ, ଆମେ ସମାଜରେ ଘୃଣା ପ୍ରଚାର କରୁଥିବା କାହାକୁବି ସହଯୋଗ କରିବୁନାହିଁ। ସେମାନେ ଆମର ଶତ୍ରୁ ନୁହଁନ୍ତି।’’ ସେ ଆହୁରି କହିଛନ୍ତି ଯଦି ସେମାନେ କାଲି ଅନୁଭବ କରନ୍ତି ଯେ ସେମାନେ ଯାହା କରୁଛନ୍ତି ତାହ ଭାରତ ପାଇଁ ଠିକ୍ ନୁହେଁ, ତେବେ ଆମେ ପୁଣି ସେମାନଙ୍କ ଶୋରେ ଯୋଗଦେବୁ।’’
ଆହୁରି ପଢ଼ନ୍ତୁ: ‘ରାହୁଲ ଗାନ୍ଧୀଙ୍କୁ ବୟକଟ କଲେ କଂଗ୍ରେସର ହେବ ଫାଇଦା’: INDIA ମେଣ୍ଟକୁ ବିଜେପିର ସମାଲୋଚନା
ସୂଚନାଯୋଗ୍ୟ, ବିରୋଧୀ ମେଣ୍ଟ ଗୁରୁବାର ଘୋଷଣା କରିଥିଲ ଯେ, ମେଣ୍ଟ ୧୪ ଜଣ ଟିଭି ଆଙ୍କର ଶୋକୁ ବର୍ଜନ କରିବେ। ଏହି ଆଙ୍କର ମାନଙ୍କ ଶୋରେ ମେଣ୍ଟର କୌଣସି ପ୍ରତିନିଧି ଭାଗ ନେବେନାହିଁ। ସେପଟେ ଏହାକୁ ବିଜେପି ସମାଲୋଚନା କରିବା ସହ ଇମରଜେନ୍ସୀ ସହ ତୁଳନା କରିଥିଲା।