କେବଳ ୧୫ଟି ମ୍ୟାଚ୍ ଖେଳିଥିବା ପ୍ଲେୟର ହେଲେ ODI ଟିମର ଅଧିନାୟକ, ଜାଣନ୍ତୁ କିଏ ଏହି ଖେଳାଳୀ ?

Published By : Prameya-News7 Bureau | September 16, 2024 IST

ନୂଆଦିଲ୍ଲୀ ୧୬।୦୯: ଅଷ୍ଟ୍ରେଲିଆ ଟିମ୍ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି । ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ୩ଟି ମ୍ୟାଚ୍ ବିଶିଷ୍ଠ ଟି-୨୦ ସିରିଜ୍ । ଏହି ସିରିଜ୍ ପରେ ଉଭୟ ଟିମ୍ ମଧ୍ୟରେ ଖେଳାଯିବ ୫ଟି ODI ମ୍ୟାଚ୍ । କିନ୍ତୁ ଆହତ କାରଣରୁ ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲରଙ୍କୁ ODI ସିରିଜରୁ ପଡିଛନ୍ତି  ବାଦ୍ । 

ଡାହାଣ ଗୋଡରେ ଆଘାତ କାରଣରୁ ସେ ବିଶ୍ରାମ ନେଉଛନ୍ତି । ଏଭଳି ପରିସ୍ଥିତିରେ ଇଂଲଣ୍ଡ ଏହି ସିରିଜ ପାଇଁ ନୂଆ ଅଧିନାୟକ ଘୋଷଣା କରିଛି ।ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଓ୍ବାନଡେ ସିରିଜରେ ଇଂଲଣ୍ଡ ଟିମ୍ର ଅଧିନାୟକ ହୋଇଛନ୍ତି ହ୍ୟାରି ବ୍ରୁକ୍ । ୨୫ ବର୍ଷିୟ ହ୍ୟାରି ବ୍ରୁକ୍ଙ୍କୁ ପ୍ରଥମ ଥର ପାଇଁ ଏତେ ବଡ ଦାୟିତ୍ବ ମିଳିଛି । 

ହ୍ୟାରି ବ୍ରୁକ୍ ଏପର୍ଯ୍ୟନ୍ତ ଇଂଲଣ୍ଡ ପାଇଁ ମାତ୍ର ୧୫ଟି ODI ମ୍ୟାଚ୍ ଖେଳିଛନ୍ତି। ତାଙ୍କ ବ୍ୟତୀତ ଟିମ୍ରେ ଅନେକ ବରିଷ୍ଠ ଖେଳାଳି ଉପସ୍ଥିତ ଅଛନ୍ତି । କିନ୍ତୁ ଚୟନକର୍ତ୍ତାମାନେ ତାଙ୍କୁ ଦେଇଛନ୍ତି ଦାୟିତ୍ବ । ହାରି ବ୍ରୁକ୍ ଇଂଲଣ୍ଡ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ୨୯.୦୭ ଔସତରେ କରିଛନ୍ତି ମାତ୍ର ୪୦୭ ରନ୍ କରିଛନ୍ତି । 

ଏହି ସମୟ ମଧ୍ୟରେ ସେ ହାସଲ କରିଛନ୍ତି ୩ ଅର୍ଦ୍ଧଶତକ । ହ୍ୟାରି ବ୍ରୁକ୍ ଇଂଲଣ୍ଡ ପାଇଁ ୧୮ଟି ଟେଷ୍ଟ ମ୍ୟାଚ୍ ଏବଂ ୩୯ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟରେ ସେ ହାରାହାରି ୫୩.୭୨ରେ ୧୫୫୮ରନ୍ ଏବଂ ଟି-୨୦ରେ ୧୪୬.୦୭ ଷ୍ଟ୍ରାଇକ୍ ରେଟରେ ୭୦୭ ରନ୍ ସ୍କୋର କରିଛନ୍ତି । 

ଖବର ଅନୁଯାୟୀ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହି ODI ସିରିଜ୍ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ । ଏଥିସହିତ ସିରିଜର ୫ମ ତଥା ଶେଷ ମ୍ୟାଚ୍ ୨୯ ସେପ୍ଟେମ୍ବରରେ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.