ବଜେଟ୍ ଅଧିବେଶନର ୨ୟ ଦିନ, ବିଭିନ୍ନ ପ୍ରସଙ୍ଗ ନେଇ ସରଗରମ ରହିପାରେ ଗୃହ

Published By : Prameya-News7 Bureau | February 14, 2025 IST

ଭୁବନେଶ୍ୱର ୧୪।୦୨ : ବଜେଟ ଅଧିବେଶନର ଆଜି ହେଉଛି ଦ୍ବିତୀୟ ଦିନ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ, କ୍ରୀଡା ଓ ଯୁବ କଲ୍ୟାଣ, ଦକ୍ଷତା ବିକାଶ-ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟର ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗର ରହିଛି ପ୍ରଶ୍ନକାଳ ।

ସେହିପରି ଶୂନ୍ୟ କାଳରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ରାସନ କାର୍ଡ ଅବ୍ୟବସ୍ଥା, କୋଟିଆ ପରି ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉଠିପାରେ। ବିରୋଧୀ କଂଗ୍ରେସ ପକ୍ଷରୁ ଧାନର କଟନି ଛଟନି ଓ ମଣ୍ଡି ଅବ୍ୟବସ୍ଥାକୁ ନେଇ ମୁଲତବି ପ୍ରସ୍ତାବ ଦିଆଯାଇଛି। ଏହାପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ। ତେବେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ହେବାର ସମ୍ଭାବନା ରହିଛି।

  • assembly
  • odisha
  • OdishaNews
  • Odisha Assembly
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.