ଚକିତ କଲା ଜନତା ଜନାଦେଶ; ହାରିଲେ ଟାଣୁଆ ମନ୍ତ୍ରୀ

Published By : Prameya-News7 Bureau | June 04, 2024 IST

News7

ଭୁବନେଶ୍ୱର:  ରୋମାଞ୍ଚକର ହେଉଛି ଓଡ଼ିଶା ବିଧାନସଭା ରେଜଲ୍ଟ। ଆଗଉଛି ବିଜେପି, ପଛରେ ପଡ଼ିଛି ବିଜେଡି। କେବଳ ସେତିକି ନୁହେଁ, କଡ଼ ଲେଉଟାଇଛି ଜନତାଙ୍କ ଜନାଦେଶ। ପରାଜୟ ହୋଇଛନ୍ତି ଟାଣୁଆ ନେତା ତଥା ବିଜେଡିର ମନ୍ତ୍ରୀ।   

ଭୁବନେଶ୍ୱର ଏକାମ୍ରରୁ ହାରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। ତାଙ୍କୁ ୨୫୦୦ ଅଧିକ ଭୋଟ୍‌ରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂଙ୍କ ଠାରୁ ପରାସ୍ତ ହୋଇଛନ୍ତି। 

ସେହିପରି  ଟିଟିଲାଗଡ଼ରୁ ହାରିଛନ୍ତି ମନ୍ତ୍ରୀ ଟୁକୁନି ସାହୁ। ବିଜେପୁରରୁ ହାରିଛନ୍ତି ମନ୍ତ୍ରୀ ରୀତା ସାହୁ। ସେହିପରି ବୌଦ୍ଧରୁ ହାରିଲେ ମନ୍ତ୍ରୀ ପ୍ରଦୀପ ଅମାତ୍। ସେହିପରି ମନ୍ତ୍ରୀ ବିକ୍ରମ ଆରୁଖ, ଚନ୍ଦ୍ରସାରଥୀ ବେହେରା, ରିତା ସାହୁ ପରାଜିତ ହୋଇଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ରୋହିତ ପୁଜାରୀ ପରାସ୍ତ ହୋଇଛନ୍ତି।

  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.