୪ ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

Published By : Prameya-News7 Bureau | April 12, 2024 IST

ଛତ୍ରପୁର ୧୨।୪: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଚାରି ଜିଲ୍ଲାର ସମୀକ୍ଷା ବୈଠକ ପରେ ସାମ୍ବାଦିକ ସମ୍ମିଳନୀ । ଗଞ୍ଜାମ ଜିଲ୍ଲା ସମେତ ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ କିପରି ନିର୍ବାଚନ ସମସ୍ତ ପ୍ରସ୍ତୁତି ସହ ଆଇନ ଶୃଙ୍ଖଳା ଆଦି ସମ୍ପର୍କରେ ହୋଇଛି ସେ ସମ୍ପର୍କରେ ସମସ୍ତ ପ୍ରଶାସନ ଅଧିକାରୀଙ୍କ ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଏକ ସମୀକ୍ଷା ବୈଠକ କରି ଆଲୋଚନା କରିଥିଲେ । ପରେ ଜଉଗଡ଼ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । 

ଏହି ଚାରି ଜିଲ୍ଲା ନିର୍ବାଚନ ପରିଚାଳନା ଲାଗି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି l ନିର୍ବାଚନକୁ ଅବାଧ ଓ ନିରପେକ୍ଷ ପରିଚାଳନା ଲାଗି ସମସ୍ତ ପ୍ରକାର କାର୍ଯ୍ୟ କରାଯାଉଥିବା କହିଥିଲେ ନିକୁଞ୍ଜ ଧଳ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା କରିଥିଲେ l ବିଶେଷ କରି ପ୍ରତ୍ୟେକ ଭୋଟରେ ଯେପରି ନିଜ ମତଦାନ କରିବେ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ମହିଳା ମାନଙ୍କ ପାଇଁ କରାଯାଇଥିବା ବ୍ୟବସ୍ଥା ଆଦି ସମ୍ପର୍କରେ ସେ ଆଲୋକପାତ କରିଥିଲେ । ଏହି ଚାରି ଜିଲ୍ଲାରେ ମେ’ ୧୩ ଓ ୨୦ ଇଲେକ୍ସନ ହେଉଛି । ଗ୍ରୀଷ୍ମ ପ୍ରଭାବ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯିବ । ଏହାସହ ଏହି ଜିଲ୍ଲାକୁ ଲାଗି ଥିବା ପଡୋଶୀ ରାଜ୍ୟର ଚେକ୍ ଗେଟ୍ ଉପରେ ନଜିର ରହିଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତିରୁମାଳା ନାୟକ, ବ୍ରହ୍ମପୁର ଡ଼ିଆଇଜି ଜୟ ନାରାୟଣ ପଙ୍କଜ ଓ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପ୍ରମୁଖ ଉପସ୍ଥିତ ଥିଲେ l

 You Can Read:

ଝିଅକୁ ଅପହରଣ ଅଭିଯୋଗ, ଆମରଣ ଅନଶନ ବସିଲେ ବାପା-ମା’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.