କେନ୍ଦୁଝର ୩୧।୧୦: ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିଜ ଜନ୍ମମାଟିରେ ମା’ଙ୍କ ସହ ପାରମ୍ପରିକ କାଳୀ ପୂଜା କରିବେ । ମା’ଙ୍କ ସହ ମିଶି ଦୀପ ଜାଳି ବାଣ ଫୁଟାଇ ଦୀପାବଳି ପାଳିବେ । ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ବିମାନ ଯୋଗ ଆସି ଅପରାହ୍ନ ୧ଟା ୧୫ମିନିଟ୍ ସମୟରେ ଆସି କେନ୍ଦୁଝର ରାଇସୁଆଁ ସ୍ଥିତ ଏୟାର ଷ୍ଟ୍ରିପ୍ ପହଞ୍ଚିଥିଲେ । ସେଠାରୁ କେନ୍ଦୁଝର ସର୍କିଟ ହାଉସକୁ ଯାଇ କିଛି ସମୟ ବିଶ୍ରାମ ନେବା ପରେ ୩ଟା ସମୟରେ ନିଜ ଜନ୍ମମାଟି ରାଇକଳା ଅଭିମୁଖେ ବାହାରିଥିଲେ । ସେଠାରେ ମା ଓ ପରିବାର ଲୋକଙ୍କ ସହ କାଳୀପୂଜା ସହ ଅନ୍ୟ ପାରମ୍ପରିକ ପୂଜାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ରାତି ୯ଟା ସମୟରେ ସର୍କିଟ ହାଉସ ଫେରିଆସି ବିଶ୍ରାମ ନେବାର କାର୍ଯ୍ୟକ୍ରମ ରହିଛି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ପୁନର୍ବାର ସକାଳ ୯ଟା ସମୟରେ ନିଜ ଜନ୍ମମାଟି ରାଇକଳାକୁ ଯାଇ ପରିବାର ଲୋକ ଓ ମା’ଙ୍କ ସହ କିଛି ସମୟ ବିତାଇବା ପରେ ଦିନ ୪ଟା ସମୟରେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି l
You Can Read: