ଭୁବନେଶ୍ବର ୨୮।୧୨: ରାଜ୍ୟ ଅଗ୍ନିଶମ ବାହିନୀରେ ସାମିଲ ହେବେ କେ-୯ ଡଗ୍ ସ୍କ୍ବାଡ୍ । ଦେଶରେ ପ୍ରଥମ ଥର ପାଇଁ ଅଗ୍ନିଶମ ବାହିନୀରେ ୧୦ଟି କୁକୁରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏହି କୁକୁର ମାନେ କୌଣସି ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଭୂମିକମ୍ପ ସମୟରେ ମାଟିତଳେ ଫଶି ରହିଥିବା ଲୋକ ମାନଙ୍କୁ ଠାବ କରିପାରିବେ । ମାଟି ତଳେ ୧୫ରୁ ୨୦ ଫୁଟ ତଳେ କୌଣସି ଲୋକ ଫଶିଥିଲେ ତାକୁ ଏହି କୁକୁର ମାନେ ଠାବ କରି ସୂଚନା ଦେଇ ପାରିବେ । ଏଥିପାଇଁ ଏମାନଙ୍କୁ ତାଲିମ ସହିତ ବସିବା ଉଠିବା ସାଲୁଟ ମାରିବା ଭଳି ପୋଲିସ ତାଲିମ ଦିଆଯଇଛି । ତାଲିମ ନେଇଥିବା କୁକୁର ମାନଙ୍କ ମଧ୍ୟରେ ତିନୋଟି ବ୍ଞିନ ବେନାଲାଇଡ ବ୍ରିଡ ଓ ୭ଟି ଲାବ୍ରେଡର କୁକୁର ଅଛନ୍ତି ।
You Can Read: