ଖୋର୍ଦ୍ଧାରେ ପୁଣି ଜବରଦଖଲ ଉଚ୍ଛେଦ ଆରମ୍ଭ, ପ୍ରଶାସନର କାମକୁ ବ୍ୟବସାୟୀ ସଂଘର ବିରୋଧ

Published By : Prameya-News7 Bureau | December 29, 2024 IST

ଖୋର୍ଦ୍ଧା/୧୨: ଉଚ୍ଛେଦ ବେଳେ ଖୋର୍ଦ୍ଧା ବ୍ୟାଙ୍କ ଛକରେ ଅଘଟଣ । ଉଚ୍ଛେଦକୁ ବିରୋଧ କରି ୨ ଜଣ ବ୍ୟବସାୟୀଙ୍କ ଆତ୍ମହତ୍ୟା ଉଦ୍ୟମ । ଜଣେ ଦୋକାନୀ ଦେହରେ ପେଟ୍ରୋଲ ଢାଳି ହେବାକୁ ଉଦ୍ୟମ କରୁଥିଲେ । ଅନ୍ୟ ଜଣେ ଛୁରି ଧରି ବେକ କାଟିବାକୁ ଉଦ୍ୟମ କରୁଥିବାବେଳେ ଅଟକାଇଛି ପୋଲିସ ।  ଘଟଣାସ୍ଥଳରୁ ଉଭୟଙ୍କୁ ଉଠାଇ ନେଇଛି ପୋଲିସ । 

ରବିବାର ସକାଳୁ ଖୋର୍ଦ୍ଧା ମାନୁଆଳି ପଟି ଠାରୁ ବ୍ୟାଙ୍କ ଛକ ଯାଏ ଉଠା ଦୋକାନୀଙ୍କୁ ଉଚ୍ଛେଦ ଆରମ୍ଭ କରିଛି ପ୍ରଶାସନ । ହାଇକୋର୍ଟରୁ ଷ୍ଟେ ଅର୍ଡର ଆଣିଥିବା ଦୋକାନ ଛାଡି ଅନ୍ୟ ସବୁ ଦୋକାନକୁ ଉଚ୍ଛେଦ କରୁଛି ପ୍ରଶାସନ । ଜେସିବି ସହାୟତାରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି ।

ଘଟଣାସ୍ଥଳରେ ଖୋର୍ଦ୍ଧା ଉପଜିଲ୍ଲାପାଳ,ତହସିଲଦାର ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଅଛନ୍ତି । କୌଣସି ଅଘଟଣ ଆଶଙ୍କାରେ ୨ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି ।ତେବେ କିଛି ଦୋକାନୀ ଉଚ୍ଛେଦ କାମକୁ ବିରୋଧ କରିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।  

 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.