ବାତ୍ୟା ପାଇଁ ଆଲର୍ଟରେ ଭଦ୍ରକ: ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ, ସ୍ଥାନାନ୍ତର ହେବେ ତଳିଆ ଅଞ୍ଚଳର ଲୋକ

Published By : Prameya-News7 Bureau | October 21, 2024 IST

News7

ଭଦ୍ରକ: ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଭଦ୍ରକ ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି। ଦାନା ପାଇଁ ସ୍ପଷ୍ଟ ଚିତ୍ର ଆସିନାହିଁ, ମଙ୍ଗଳବାର ସୁଦ୍ଧା ସ୍ଥିତି ଜଣାପଡ଼ିବ। ପରିସ୍ଥିତିକୁ ଦେଖି ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ।

ବାତ୍ୟା ଆସିବା ନିଶ୍ଚିତ କିନ୍ତୁ ଏହାର ଲ୍ୟାଣ୍ଡଫଲ କେଉଁଠି ହେବ, ତାହା ଜଣାପଡ଼ିନାହିଁ ତାହା ଜଣାପଡ଼ିନାହିଁ। ପୁରୀରୁ ସାଗରଦ୍ୱୀପ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିପାରେ। ଏହାମଧ୍ୟରେ ଭଦ୍ରକ ଆସୁଥିବାରୁ ଚିନ୍ତାରେ ଜିଲ୍ଲାବାସୀ। 

ସେପଟେ ୨୪ ଓ ୨୫ ତାରିଖ ପାଇଁ ଭଦ୍ରକକୁ ରେଡ୍‌ ୱାର୍ଣ୍ଣିଂ ଥିବାରୁ ଆଲର୍ଟରେ ଭଦ୍ରକ ପ୍ରଶାସନ। ଜିଲ୍ଲାପାଳ କହିଛନ୍ତି ଯେ ଜିଲ୍ଲାରେ ସମସ୍ତ ବୋଟ ପ୍ରସ୍ତୁତ ରହିଛି। ଜିଲ୍ଲାର ୧୦୫ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରହିଛି। ଗର୍ଭବତୀଙ୍କ ଯତ୍ନ ଓ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବ। ସାପ କାମୁଡା ଇଞ୍ଜେକସନ ମହଜୁଦ ଅଛି। ଆବଶ୍ୟକ ପଡିଲେ ତଳିଆ ଅଞ୍ଚଳର ଲୋକ, ସ୍ଥାନାନ୍ତର ହେବେ। ଗୋରୁ ଗାଈ, ପଶୁଙ୍କ ପାଇଁ ମଧ୍ୟ ଖାଦ୍ୟ ବ୍ୟବସ୍ଥା ଅଛି। ୧୦୫ଟି ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ରହିଛି। ଜିଲ୍ଲାର ସମସ୍ତ ୯୧୧ ବୋଟ କୂଳକୁ ଫେରିଛନ୍ତି। NDRF ଓ ଓଡ୍ରାଫ ଟିମ୍ ଖୁବ ଶୀଘ୍ର ଆସିବା ନେଇ ସେ କହିଛନ୍ତି।

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.