ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବୃଦ୍ଧି, ୨୦୨୬ ଅଗଷ୍ଟ ଯାଏ ରହିବେ ପୋଲିସ ଡିଜି

Published By : Prameya-News7 Bureau | September 18, 2024 IST

ଭୁବନେଶ୍ୱର: ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳକୁ ବଢାଛନ୍ତି ରାଜ୍ୟ ସରକାର । ଆଗାମୀ ଦୁଇ ବର୍ଷ ଯାଏଁ ସେ ଓଡ଼ିଶାର ପୋଲିସି ଡିଜି ଭାବେ ଦାୟିତ୍ୱରେ ରହିବ । ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳକୁ ୨୦୨୬ ଅଗଷ୍ଟ ୧୬ ପର୍ଯ୍ୟନ୍ତ ବଢାଇଛନ୍ତି । ଏନେଇ ବୁଧବାର ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

୧୯୯୦ ବ୍ୟାଚ୍ ଆଇପିଏସ୍ ଯୋଗେଶ ବାହାଦୂର ଖୁରାନିଆ ୨୦୨୪ ଅଗଷ୍ଟ ୧୬ରେ ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଅସ୍ଥାୟୀ ଡିଜି ୧୯୯୦ ବ୍ୟାଚ୍ ଆଇପିଏସ୍ ଅରୁଣ କୁମାର ଷଡ଼ଙ୍ଗୀ ସ୍ଥାନରେ ସରକାର ତାଙ୍କୁ ନିଯୁକ୍ତି ଦେଇଥିଲେ । ଏବେ ତାଙ୍କ କାର୍ଯ୍ୟକାଳକୁ ସର୍ବନିମ୍ନ ଦୁଇ ବର୍ଷ କରିଇବା ପାଇଁ ୨୦୨୬ ଅଗଷ୍ଟ ୧୬ ଯାଏ ବୃଦ୍ଧି କରାଯଇଛି ।   

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ପ୍ରସ୍ତାବ ଆଧାରରେ ବିଏସଏଫ ସ୍ପେଶାଲ୍ ଡିଜି ୧୯୯୦ ବ୍ୟାଚ୍ ଆଇପିଏସ୍ ଖୁରାନିଆଙ୍କୁ ତତ୍କାଳ ପ୍ରଭାବରୁ ନିଜ କ୍ୟାଡ଼ର(ଓଡ଼ିଶା)କୁ ଫେରାଇ ଦେବା ପାଇଁ କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ୍ କମିଟି ଅନୁମୋଦନ କରିଥିଲା । ଖୁରାନିଆଙ୍କ କେନ୍ଦ୍ରୀୟ ଡେପୁଟେସନକୁ ଆଗୁଆ ସମାପ୍ତ କରି ଓଡ଼ିଶା ଫେରାଇ ଦିଆଯାଇଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.