ନୂଆଦିଲ୍ଲୀ: ଇଲେକ୍ଟ୍ରିକ ସ୍କୁଟର ନିର୍ମାତା କମ୍ପାନୀ ଓଲା ନିଜର S1X ମୋଡେଲ୍ ସ୍କୁଟିର ମୂଲ୍ୟ ହ୍ରାସ କରିଛି। ୪କିଲେୱାଟ ଅୱାର ଭ୍ୟାରିଏଣ୍ଟର ମୂଲ୍ୟ ୯ ହଜାର ହ୍ରାସ କରିଛି କମ୍ପାନୀ। ୧,୦୯,୯୯୯ ଟଙ୍କାରୁ ଦର କମ କରି ସ୍କୁଟିର ମୂଲ୍ୟ ୯୯,୯୯୯ ଟଙ୍କା କରାଯାଇଛି।
ସେହିପରି ୩ କିଲୋୱାଟ ଭ୍ୟାରିଏଣ୍ଟର ମୂଲ୍ୟ ୮୯,୯୯୯ରୁ ୮୪,୯୯୯ ଟଙ୍କା ରଖାଯାଇଛି। ସେହିପରି ୨କିଲୋୱାଟ୍ ଭର୍ସନ ସ୍କୁଟିର ମୂଲ୍ୟ ୭୯,୯୯୯ ଟଙ୍କାରୁ ହ୍ରାସ କରି ୬୯,୯୯୯ ଟଙ୍କା ରଖାଯାଇଛି।
ପଢ଼ନ୍ତୁ-ସାରା ବିଶ୍ୱରେ ୧୦ ପ୍ରତିଶତ କର୍ମଚାରୀ ଛଟେଇ କରିବ ଟେସ୍ଲା
ନିକଟରେ ଓଲା ସ୍କୁଟର ପ୍ରତିଦ୍ୱନ୍ଧ୍ୱୀ କୁହାଯାଉଥିବା ଅଥେର ଏନର୍ଜୀ ରିଜ୍ତା ନାମକ ଏକ ନୂଆ ସ୍କୁଟି ଲଞ୍ଚ କରିଛି। ଫ୍ୟାମିଲି ମାର୍କେଟ୍କୁ ଲକ୍ଷ୍ୟ କରି ସ୍କୁଟିର ମୂଲ୍ୟ ୧.୦୯ ଲକ୍ଷ ରଖାଯାଇଛି। ରିତ୍ଜା ସ୍କୁଟି ୨.୯ କିଲୋୱାଟ ଓ ଏବଂ ୩.୭ କିଲୋୱାଟ୍ ଭର୍ସନ୍ରେ ଲଞ୍ଚ କରିଛି କମ୍ପାନୀ। ତେଣୁ ଆଥେର୍କୁ ଚ୍ୟାଲେଞ୍ଜ୍ କରିବାକୁ ଓଲା ନିଜ ସ୍କୁଟିର ମୂଲ୍ୟ ହ୍ରାସ କରିଛି।
ମାର୍ଚ୍ଚ ମାସରେ ଓଲା ସ୍କୁଟିରସେଲ୍ ସବୁ ମାସ ଅପେକ୍ଷା ସର୍ବାଧିକ ହୋଇଥିଲା। ସରକାରୀ ପରିବହନ ପୋର୍ଟାଲ ବାହାନର ସୂଚନା ଅନୁସାରେ, ମାର୍ଚ୍ଚ ମାସରେ ୫୩,୧୮୪ ରେଜିଷ୍ଟ୍ରେସନ ହୋଇଥିଲା। ଇଲେକ୍ଟ୍ରିକ୍ ସ୍କୁଟର ମାସ୍କେଟ୍ରେ ଓଲା ବର୍ତ୍ତମାନ ଏକାକୀ ୩୫ ପ୍ରତିଶତ ମାର୍କେଟ ଶେୟାର ସହ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ତା ପଛକୁ ଟିଭିଏସ ମୋଟର୍ସ ୧୯ ପ୍ରତିଶତ ଓ ବାଜାଜ ଅଟୋ ୧୨ ପ୍ରତିଶତ ରହିଛି।