Rupee At All Time Low; ଡଲାର ତୁଳନାରେ ତଳକୁ ଖସୁଛି ଭାରତୀୟ ମୁଦ୍ରା, ବିନିମୟ ମୂଲ୍ୟ ୮୭.୧୭ ଟଙ୍କା

Published By : Prameya-News7 Bureau | February 04, 2025 IST

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧ ପ୍ରଭାବରେ ଭାଙ୍ଗୁଛି ଭାରତୀୟ ମୁଦ୍ରା । ଆମେରିକୀୟ ଡଲାର ତୁଳନାରେ ଇଣ୍ଡିଆନ୍ କରେନ୍ସି ଲଗାତାର ନିମ୍ନଗାମୀ ହେଉଛି । ଏପଟେ ସୋମବାର ସେୟାର ବଜାରରେ ଝଡ଼ ପରେ ସର୍ବନିମ୍ନ ସ୍ତରରେ ପହଞ୍ଚିଯାଇଛି ଭାରତୀୟ ମୁଦ୍ରା । ଗତକାଲି ପୁଞ୍ଜି ବଜାର ଖୋଲିବା ମାତ୍ରେ ସେୟାର ସବୁ ତଳମୁହାଁ ହୋଇଥିଲା । ସେନସେକ୍ସ ପ୍ରାୟ ୭୦୦ ପଏଣ୍ଟ ଖସିଥିଲା ଏବଂ ନିଫ୍ଟି ୨୨୦ ଅଙ୍କ ଡାଉନ ହୋଇଥିଲା । ଏହାର ପ୍ରଭାବ ଭାରତୀୟ ମୁଦ୍ରା ଉପରେ ପଡ଼ିଛି । କାରବାର ବନ୍ଦ ହେବା ବେଳେ ଇଣ୍ଡିଆନ କରେନ୍ସି ୫୫ ପାଇସା ରେକର୍ଡ ସ୍ତରରେ ତଳୁକୁ ଖସିଛି । ଡଲାର ତୁଳନାରେ ୮୭.୧୭ ଟଙ୍କାରେ ବନ୍ଦ ହୋଇଛି । ଆସନ୍ତୁ ଜାଣିବା ମୁଦ୍ରା ମୂଲ୍ୟ ହ୍ରାସ ପାଇଲେ ସରକାର ତାକୁ କିଭଳି ସମ୍ଭାଳନ୍ତି ।    

ଟଙ୍କା ଦିନ ତମାମ ହ୍ରାସ ପାଇଲା

ସୋମବାର ଭାରତୀୟ ମୁଦ୍ରା ବଜାର ଖୋଲିବା ମାତ୍ରେ ଆରମ୍ଭ ନିମ୍ନଗାମୀ ହୋଇଥିଲା । ଏହାର କିଛି ସମୟ ପରେ ସର୍ବୋଚ୍ଚ ସ୍ତରକୁ ଖସିଯାଇଥିଲା । ଶୁକ୍ରବାର ଡଲାର ତୁଳନାରେ ଟଙ୍କା ୮୬.୬୧ ଅଙ୍କରେ ବନ୍ଦ ହୋଇଥିଲା । ସେହିପରି ସୋମବାର ମାର୍କେଟ୍ ଖୋଲିବା କ୍ଷଣୀ ଏହା ୮୭ ସ୍ତରର ପାର୍ କରିଥିଲା ଏବଂ କିଛି ମିନିଟ୍ ପରେ ଟଙ୍କା ହ୍ରାସ ପାଇ ୮୭.୨୯ ପ୍ରତି ଡଲାରରେ ପହଞ୍ଚିଥିଲା । ଏହାକୁ ବର୍ତ୍ତମାନ ସୁଦ୍ଧା ଟଙ୍କା ହ୍ରାସ ପାଇଥିବା ସର୍ବନିମ୍ନ ସ୍ତର ବୋଲି କୁହାଯାଉଛି । ଦିନ ତମାମର କାରବାର ପରେ ଭାରତୀୟ ମୁଦ୍ରା ସାମାନ୍ୟ ରିକଭରୀ କରି ୮୭.୧୭ ପ୍ରତି ଡଲାରରେ ବନ୍ଦ ହୋଇଥିଲା ।

ଆମେରିକୀୟ ଡଲାର ତୁଳନାରେ ଟଙ୍କା ଏପର୍ଯ୍ୟନ୍ତ ସର୍ବନିମ୍ନ ସ୍ତରରେ ପହଞ୍ଚିବା ପରେ ଅର୍ଥନୈତିକ ସଚିବ ତୁହିନ କାନ୍ତ ପାଣ୍ଡେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଟାଙ୍କର ମୂଲ୍ୟକୁ ନେଇ କୌଣସି ଚିନ୍ତା କରିବାର ନାହିଁ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ଉପରେ ନଜର ରଖିବା ସହିତ ସ୍ଥିତିକୁ ସମ୍ଭାଳୁଛି । ଇଣ୍ଡିଆ କରେନ୍ସି ‘ଫ୍ରି ଫ୍ଲୋଟ୍’ ଏବଂ ଏହାର ଦର ବଜାର ଉପରେ ଆଧାରିତ । ତେଣୁ ଏହାର କୌଣସି ନିଶ୍ଚିତ ଦର ସ୍ଥିର ହୋଇନଥାଏ । ଅର୍ଥନୈତିକ ସଚିବଙ୍କ ଅନୁଯାୟୀ, ବିଦେଶୀ ମୁଦ୍ରାର ଆଉଟ୍ ଫ୍ଲୋ ପାଇଁ ଏକ୍ସେଚେଞ୍ଜ ରେଟ୍ ଚାପର ସାମ୍ନା କରିବାକୁ ପଡ଼ୁଛି ।   

ଟଙ୍କାକୁ ସମ୍ଭାଳିବାକୁ କଣ କରନ୍ତି ସରକାର

ଯେତେବେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଦ୍ରୁତଗତିରେ ହ୍ରାସ ପାଇଥାଏ, ସେତେବେଳେ ବିଦେଶୀ ନିବେଶକ ଭାରତୀୟ ବଜାର ଆଡ଼କୁ ଆକର୍ଷିତ ହୋଇଥାନ୍ତି । ବିଦେଶୀ ନିବେଶକଙ୍କ ଲଗାତର ଓ୍ବିକ୍ ଭାଲ୍ୟୁ ପାଇଁ କେବଳ ଟଙ୍କା ନୁହେଁ ସେୟାର ହଜାର ମଧ୍ୟ ପ୍ରଭାବିତ ହେଉଛି । ଏହା ସମୟରେ କେନ୍ଦ୍ର ସରକାର ଆମଦାନୀ ଉପରେ ନିର୍ଭରତା କମ୍ କରିଥାନ୍ତି । ଆମଦାନୀ ହ୍ରାସ ପାଇଲେ ଡଲାର ତୁଳନାରେ ଟଙ୍କା ନିମ୍ନଗାମୀ ନହୋଇ ମଜବୁତ୍ ହୋଇଥାଏ ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.