ଓଡିଶାରେ ଷୋଡ଼ଶ ଅର୍ଥ କମିଶନ: ଖଣ୍ଡଗିରି, ଉଦୟଗିରି ସହ କଳାଭୂମି ବୁଲିବେ

Published By : Prameya-News7 Bureau | February 04, 2025 IST

ଭୁବନେଶ୍ୱର ୦୪/୦୨: ଓଡିଶାରେ ପହଞ୍ଚିଛନ୍ତି ଷୋଡ଼ଶ ଅର୍ଥ କମିଶନ । ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ ଷୋଡ଼ଶ ଅର୍ଥ କମିଶନ । ରାଜ୍ୟରେ ସରକାରଙ୍କ ମିଳିତ ଆଲୋଚନା ପରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ଯୋଜନା ପାଇଁ ଅର୍ଥ ବ୍ୟୟବରାଦ ହେବାର ସୂଚନା ରହିଛି । 

ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଡକ୍ଟର ଅରବିନ୍ଦ ପାନଗରିଆଙ୍କ ଅଧ୍ୟକ୍ଷତାରେ ୧୫ ଜଣ ସଦସ୍ୟ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି । ଆଜି ଖଣ୍ଡଗିରି, ଉଦୟଗିରି ସହ କଳାଭୂମି ବୁଲିବେ କମିଶନ ସଦସ୍ୟ । ବୁଧବାର ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ । ତାପରେ କୋଣାର୍କ ମଧ୍ୟ ବୁଲିବେ । 

ସୂଚନାଥାଉକି, ୧୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କା ଦାବି ରଖିବେ ସରକାର । ଯାହାକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିସାରିଛି ।  ପ୍ରାକୃତିକ ବିପର୍ୟ୍ୟୟ ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି ଉଠିପାରେ । ସେପଟେ ରାଜ୍ୟ ଅର୍ଥ କମିଶନ ଗଠନରେ ବିଳମ୍ବ ହୋଇଥିବା କାରଣରୁ ରାଜ୍ୟ ସରକାରଙ୍କ ଦାବି ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ପୂର୍ବରୁ ତତ୍କାଳୀନ ରାଜ୍ୟ ସରକାର ଅର୍ଥ କମିଶନ ଆଗରେ ୮ ଲକ୍ଷ ୨୪ ହଜାର କୋଟି ଟଙ୍କାର ଦାବି ରଖିଥିବାବେଳେ ୨ ଲକ୍ଷ ୨୨ ହଜାର କୋଟି ଟଙ୍କାର ଅନୁଦାନ ମିଳିଥିଲା। 

ପ୍ରାକୃତିକ ଦୁର୍ବିପାକ ପ୍ରବଣ ଓଡ଼ିଶାକୁ ସ୍ୱତନ୍ତ୍ର ଅନୁଦାନ ଦାବି କରିଆସୁଥିଲେ ପୂର୍ବ ବିଜେଡି ସରକାର। ହେଲେ ତାହାକୁ ଅଣଦେଖା କରିଆସୁଥିଲେ କେନ୍ଦ୍ରରେ ବିଜେପି ସରକାର। ଏଥର ଷୋଡଶ ଅର୍ଥ କମିଶନରୁ ଅଧିକ ଆଶା ରଖିଛି ଓଡ଼ିଶା। କାରଣ ରାଜ୍ୟରେ ପ୍ରଥମଥର ପାଇଁ ଡବଲ ଇଞ୍ଜିନ ସରକାର ହୋଇଛି ଏବଂ ରାଜ୍ୟ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ମିଲିବ ବୋଲି ଆଶା କରାଯାଉଛି।

also read...

ସୁଶାନ୍ତ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ହସ୍ପିଟାଲରେ ଭେଟିଲେ ନବୀନ


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.