କେଜରିୱାଲଙ୍କ ଘୋଷଣା ପରେ ସୋସିଆଲ ମିଡିଆରେ ଲୋକେ ସୁନୀତା କେଜରିୱାଲଙ୍କୁ କରୁଛନ୍ତି CM

Published By : Prameya-News7 Bureau | September 15, 2024 IST

ନୂଆଦିଲ୍ଲୀ ୧୫।୯: ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ଘୋଷଣା କରିବା ପରେ ସୁନୀତା କେଜରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ଏବେ ଅଧିକ। ଜାମିନରେ ଜେଲରୁ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖିଆ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ସେ ବିଜେପି ଉପରେ ବର୍ଷିଥିବା ବେଳେ ଏହି ରାଜନୈତିକ ଚାଲ ଚଳାଇଛନ୍ତି। 


ସେ କହିଛନ୍ତି ଯେ ଯଦି ଦେଶର ଜନତାଙ୍କୁ ଲାଗୁଛି ମୁଁ ବେଇମାନ ତେବେ ଚୌକି ଛାଡିଦେବି। ଯଦି ଲୋକେ ଭାବନ୍ତି ମୁଁ  ସଚ୍ଚୋଟ, ତେବେ ମୋତେ ଭୋଟ ଦେବ। ଆପଣମାନେ ମୋତେ ଜିତାଇ ଦେଲେ ମୁଖ୍ୟମନ୍ତ୍ରୀ ଚୌକିରେ ପୁଣି ବସିବି। 



ମୁଖ୍ୟମନ୍ତ୍ରୀ କେଜରିୱାଲ ଦିଲ୍ଲୀସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅବସରରେ ତାଙ୍କର ଇସ୍ତଫା ପ୍ରସ୍ତାବ ରଖିଛନ୍ତି। ସେ କହିଛନ୍ତି ୨ ଦିନ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବେ। ଅରବିନ୍ଦ କେଜରିୱାଲଙ୍କ ଏହି ଘୋଷଣା ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଆକଳନ ଆରମ୍ଭ ହୋଇଯାଇଛି। ଏଥିରେ ସୁନୀତା କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇ ପାରେ ବୋଲି ଲୋକେ ଆକଳନ କରୁଛନ୍ତି ଓ ତାଙ୍କ ସପକ୍ଷରେ ପୋଷ୍ଟ କରୁଛନ୍ତି। 





News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.