ଗୋଟିଏ ପଟେ ମଦ ବନ୍ଦ ପାଇଁ ଚାଲିଛି ଯୋଜନା, ଅନ୍ୟପଟେ ୮ଟି ମଦ ଦୋକାନ ପାଇଁ ବିଜ୍ଞପ୍ତି

Published By : Prameya-News7 Bureau | June 28, 2024 IST

ଜୟପୁର ୨୮/୬: ରାଜ୍ୟରେ ପର୍ଯ୍ୟାୟକ୍ରମେ ବନ୍ଦ ହୋଇପାରେ ମଦ । ଏମିତି କିଛି ଆଲୋଚନା ଏବେ ଜୋର ଧରିଥିବାବେଳେ କୋରାପୁଟ ଜିଲ୍ଲାରେ ୮ଟି ଦେଶୀ ମଦ ଦୋକାନ ଖୋଲିବାକୁ ଟେଣ୍ଡର ବାହାର କରିଛି ଜିଲ୍ଲା ପ୍ରଶାସନ । ଯାହାକୁ ଦୃଢ ବିରୋଧ କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ନୂଆ ସରକାର ରାଜ୍ୟରୁ ମଦ ଦୋକାନ ତୁରନ୍ତ ବନ୍ଦ କରନ୍ତୁ ବୋଲି ଦାବି କରିଛନ୍ତି ତାରା । ବିହାରୀ ଓ ଦେଶୀ ମଦ ପିଇ ଅନେକ ଲୋକଙ୍କ ଜୀବନ ଯାଉଛି । ରାଜ୍ୟ ସରକାର ରାଜସ୍ବ କଥା ଚିନ୍ତା ନ କରି ତୁରନ୍ତ ମଦ ବନ୍ଦ ଉପରେ ଗୁରୁତ୍ବ ଦିଅନ୍ତୁ ବୋଲି କହିଛନ୍ତି ତାରା । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.