ବଲାଙ୍ଗିର ୧୯।୧: ବଲାଙ୍ଗିରରେ ଆୟକର ବିଭାଗର ରେଡ଼ ଜାରି ରହିଛି । ତୃତୀୟ ଦିନରେ ଆୟକର ବିଭାଗର ୬ଟି ଟିମ୍ ୬ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି । ବଲାଙ୍ଗିର ସହର ୩ଟି ସୁପର କ୍ଳାସ ଠିକାଦାରଙ୍କ ସହ ତାଙ୍କ କମ୍ପାନୀ ଓ ମୁରିବାହଲ, କଣ୍ଟାବାଞ୍ଜି ଓ ବଙ୍ଗୋମୁଣ୍ଡା ସମ୍ପୂର୍ଣ୍ଣ ୬ଟି ସ୍ଥାନରେ ୬ଟି ଟିମ୍ ଜାରି ରଖିଛି ଚଢାଉ । ବଲାଙ୍ଗିର ରାହୁଲ ମିଶ୍ର ତାଙ୍କ ଘର, କୋଶଳ ଟାୱାରରେ ଥିବା ତାଙ୍କ କାର୍ଯ୍ୟାଳୟ, ନିରୋଜ ଅଗ୍ରୱାଲଙ୍କ ପେଲେସଲାଇନ ସ୍ଥିତ ଘର କାର୍ଯ୍ୟାଳୟରେ ଚାଲିଛି ରେଡ଼ । ସେହିପରି ବଙ୍ଗୋମୁଣ୍ଡାର ଠିକାଦାର କିଶନ ଲାଲ ଅଗ୍ରୱାଲ, ମୁରିବାହଲର ପୃଥ୍ବୀରାଜ ପାତ୍ର ଓ କଣ୍ଟାବାଞ୍ଜିର ଜଗଦୀପ ବନସଲଙ୍କ ଘର, କାର୍ଯ୍ୟାଳୟ, ସମସ୍ତଙ୍କ କ୍ରସରରେ ଚାଲିଛି ରେଡ଼ । ତା ସହ ଜଗଦୀପଙ୍କ ଛତିଶଗଡ ରାଏପୁର ଘର ସହ କାର୍ଯ୍ୟାଳୟରେ ମଧ୍ୟ ରେଡ଼ କରୁଛି ଆୟକର ବିଭାଗ । ତେବେ ତୃତୀୟ ଦିନରେ ଆୟକର ବିଭାଗ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିବା ନେଇ ସୂତ୍ରରୁ ମିଳିଛି ସୂଚନା ।
ତେବେ ଏହି ଠିକା ସଂସ୍ଥା ସହ କମ୍ପାନୀ ମାନଙ୍କ ଘର କାର୍ଯ୍ୟାଳୟରେ କିଛି କେଶ ଟଙ୍କା ଓ ବହୁ ତଥ୍ୟ ଯାହାକି ଟିକସ ଫାଙ୍କିବା ସହ ବହୁ ହେରଫେର କରିଥିବା ନେଇ ତଥ୍ୟ ଲାଗିଛି ଆୟକର ବିଭାଗ ହାତରେ । ସେହିପରି କିଛି ଠିକାଦାରଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ସରିଥିବା ବେଳେ ସୋମବାର କିଛି ଆକାଉଣ୍ଟ ଖୋଲିବା ସହ ଲକର ମଧ୍ୟ ଯାଞ୍ଚ କରିବା ନେଇ ସୂଚନା ମିଳିଛି । ତେବେ ରବିବାର କିଛି ସ୍ଥାନରେ ରେଡ଼ ସମ୍ପୂର୍ଣ୍ଣ ହେବା ନେଇ ମଧ୍ୟ ସୂତ୍ରରୁ ସୂଚନା ମିଳିଛି ।
You Can Read: