ବ୍ରହ୍ମଗିରି ୧୯।୧: ଚିଲିକା ମଝିରେ ଫସିରହିଛି ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବାରୁ ମହିଁସାକୁଦ ନିକଟରେ ପାଖାପାଖି ୩ ଘଣ୍ଟା ହେଲା ଅଟକି ରହିଛି ଡଙ୍ଗା। ଡଙ୍ଗାଟି ଜହ୍ନିକୁଦା ଘାଟରୁ ୨୦ଟି ବାଇକ୍ ସହ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ସାତପଡା ଘାଟ ଅଭିମୁଖେ ଅପରାହ୍ନରେ ବାହାରିଥିଲା । କିନ୍ତୁ ମହିଂସା ଗାଁ ନିକଟ ଚିଲିକା ମଝିରେ ଡଙ୍ଗାର ମେସିନରେ ତ୍ରୁଟି ଦେଖାଦେବାରୁ ଡଙ୍ଗାଟି ଆଉ ଆଗକୁ ଯାଇପାରିଲନାହିଁ । ଡଙ୍ଗା ଚାଳକ ବହୁ ଚେଷ୍ଟା କଲା ପରେ ବି ମେସିନ ଠିକ୍ ହୋଇପାରିନାହିଁ । ଯାହା ଫଳରେ ଡ଼ଙ୍ଗାରେ ଥିବା ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଯାତ୍ରୀମାନଙ୍କ ଭିତରେ ମହିଳା ଏବଂ ଛୋଟପିଲା ରହିଥିବା ଯୋଗୁଁ ଅଧିକ ଭୟରେ ଅଛନ୍ତି ଯାତ୍ରୀ ।
You Can Read: