ମହଙ୍ଗା ପଡ଼ିଲା ବିକଟାଳ ହର୍ଣ୍ଣ ବଜାଇ ଗାଳି କରିବା, ଗିରଫ ପରେ ଅଭିଯୁକ୍ତ କୋର୍ଟ ଚାଲାଣ

Published By : Prameya-News7 Bureau | April 06, 2025 IST

NEWS UPDATE

ଆଠଗଡ଼ ୦୬।୦୪ : ବନ୍ଧା ହେଲେ ଅମାନିଆ । ଗାଁ ଭିତରେ ବିକଟାଳ ହର୍ଣ୍ଣ ବଜାଇ ଦ୍ରୁତ ଗତିରେ ଗାଡ଼ି ଚଳାଇବା । ଆଉ  ଏହାକୁ ବିରୋଧ କରିବାରୁ ମହିଳାଙ୍କୁ ଅସଦାଚରଣ ସହ ଅଶାଳୀନ ମନ୍ତବ୍ୟ ଦେବା ଅଭିଯୋଗରେ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ତିଗିରିଆ ଥାନା ପୋଲିସ ।  

ଖବର ଅନୁଯାୟୀ, ଗତ କିଛି ଦିନ ତଳେ ଗଦାଧରପୁର ପଞ୍ଚାୟତ କୋଇଲିକନ୍ୟା ଗାଁର ଯୁବକ ବିକଟାଳ ହର୍ଣ୍ଣ ବଜାଇ ଗାଡ଼ି ଚାଳନା କରୁଥିଲେ। ଏପିରିକି ଗାଁର କିଛି ମହିଳା ଏହାକୁ ବିରୋଧ କରିଥିଲେ । କିନ୍ତୁ ଅଭିଯୁକ୍ତ ସେମାନଙ୍କୁ  ଅସଦାଚରଣ ସହ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ତିଗିରିଆ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଉ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.