ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍, ଚାଲିଗଲା ଯୁବକଙ୍କ ଜୀବନ

Published By : Prameya-News7 Bureau | February 10, 2024 IST

ଭୁବନ ୧୦।୨: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ କାଇଁଶିରି ଧଳପଳା ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ମୃତ୍ୟୁ ହୋଇଛି । ଖବର ପାଇ ଭୁବନ ପୋଲିସ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଭୁବନ ମେଡିକାଲକୁ ପଠାଇ ତଦନ୍ତ ଚଳାଇଛି ।

ତେବେ ମୃତ ଯୁବକ ଜଣଙ୍କ ଭୁବନ ଥାନା  ସୁରପ୍ରତାପୁର ଫାଣ୍ଡି ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ସୁଶାନ୍ତ ନାୟକ ବୋଲି ଜଣାପଡିଛି । ମୃତ ସୁଶାନ୍ତ ଘରେ ମା’ଙ୍କୁ ଭୁବନ ମାର୍କେଟ୍ ସାରି ଘରକୁ ଫେରିବେ ବୋଲି କହିଥିଲେ । କିନ୍ତୁ ଘରକୁ ଯିବା ବଦଳରେ ମୃତଦେହ ଘରେ ପହଞ୍ଚିବ । ତେବେ ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ଜଣାପଡିଛି ।

You Can Read :

wp:embed {"url":"https://www.prameyanews7.com/shivling-emerged-out-of-soil-in-gopabandhu-park-of-cuttack/","type":"wp-embed","providerNameSlug":"prameya-news-7"}
https://www.prameyanews7.com/shivling-emerged-out-of-soil-in-gopabandhu-park-of-cuttack/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.