କଟକ ୨୬।୧: ସ୍କୁଲରୁ ପିଲାଙ୍କୁ ନେଇ ସରଣ୍ଡା ପରେଡ ଗ୍ରାଉଣ୍ଡକୁ ଯିବାବେଳେ ପିକଅପ୍ ଭ୍ୟାନ୍ ଓଲଟି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି କଟକ ଗ୍ରାମାଞ୍ଚଳ ଏସ୍ପି ପ୍ରତୀକ୍ ସିଂ କହିଛନ୍ତି । ସେପଟେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, ସମ୍ପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପୁରା ଘଟଣାର ତଦନ୍ତ ହେବ । ଏଭଳି ଘଟଣା ଏକ ଧର୍ତ୍ତବ୍ୟ ଅପରାଧ । ଏବେ କଟକ ଏସ୍ସିବି ମେଡ଼ିକାଲରେ ୧୨ ଜଣ ଛାତ୍ରଛାତ୍ରୀ ଚିକିତ୍ସିତ ହେଉଛନ୍ତି । ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି ।
ପରେଡକୁ ଯିବା ବେଳେ ଅଧାରାସ୍ତାରେ ଓଲଟିଲା ଗାଡି : ଜଣେ ଛାତ୍ର ମୃତ, ୨୦ରୁ ଅଧିକ ଆହତ
ସୂଚନାଯୋଗ୍ୟ ଯେ, ଏକ ପିକଅପ୍ ଭ୍ୟାନ୍ରେ ସରଣ୍ଡା ବିଦ୍ୟାପୀଠକୁ ପରେଡ ପାଇଁ ଯାଉଥିବା ବେଳେ ନଟିଆବର ନିକଟରେ ଭ୍ୟାନଟି ଓଲଟି ପଡିଥିଲା । ପିକ୍ଅପ୍ ଭ୍ୟାନ୍ରେ ଥିବା ପିଲା ମାନଙ୍କ ମଧ୍ୟରୁ ୨୩ ଜଣ ଆହତ ହୋଇଥିଲେ । ଆହତ ମାନଙ୍କୁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କଟକ ଯାଉଥିବା ବେଳେ ମାଧପୁର ନିକଟରେ ସୌମ୍ୟରଞ୍ଜନ ବେହେରା ନାମକ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଷ୍ଟମର୍ଟମ ପାଇଁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ମୃତଦେହ ଅଣାଯାଇଛି ।
ଆଠଗଡ଼ ଡ଼ାକ୍ତରଖାନାରେ ଆଠଗଡ଼ ଉପ ଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର ମଲ୍ଲିକ, ତହସିଲଦାର କ୍ଷେତ୍ର ମୋହନ ସ୍ବାଇଁ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
You Can Read:
୭୬ତମ ସାଧାରଣତନ୍ତ୍ର ଦିବସ : ବିଜେଡ଼ି-ବିଜେପି-କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟରେ ଉଡ଼ିଲା ତ୍ରିରଙ୍ଗା