ଜାଗା ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ : ଜଣେ ମୃତ, ଦୁଇ ଆହତ

Published By : Prameya-News7 Bureau | February 17, 2025 IST

ଆଠଗଡ଼ ୧୭।୦୨ : ଜାଗା ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଠଗଡ଼ ଗୁରୁଡିଝାଟିଆ ଥାନା ଗୋବରା ପଞ୍ଚାୟତ ଓରିଙ୍ଗାବାଡି ଗାଁରେ ଘଟିଛି ଏହି ଘଟଣା । 

ଖବର ଅନୁଯାୟୀ,  ଗୁରୁଡିଝାଟିଆ ଥାନା ଗୋବରା ପଞ୍ଚାୟତ ଓରିଙ୍ଗାବାଡିର ଏକ ଜାଗାରେ ପାଚେରୀ ନିର୍ମାଣ ଚାଲିଥିଲା । ଯାହାକୁ ନେଇ କିଛି ଆଦିସାବୀ ଶ୍ରେଣୀର ଲୋକ ବିରୋଧ କରୁଥିଲେ । ଏପିରିକି ପାଚେରୀ ନିର୍ମାଣ କରୁଥିବା ଲୋକଙ୍କ ସହିତ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା କି, ଉଭୟ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌ ପର୍ଯ୍ୟନ୍ତ କଥା ଯାଇଥିଲା । ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଓରିଙ୍ଗାବାଡିର ଗାଁର ୩୮ ବର୍ଷୀୟ ବିକ୍ରମ ଜେରାଇ ବୋଲି ଜଣାପଡିଛି । ବାକି ଅନ୍ୟ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ଗୁରୁଡିଝାଟିଆ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.