ଯାଜପୁର ୦୮।୦୯ : ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ରଥିଆ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା । ଟ୍ରକକୁ ପଛ ପଟୁ ପିଟିଲା ଆମ୍ବୁଲାନ୍ସ । ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ୧୦୮ ଆମ୍ବୁଲାନ୍ସଟି କଟକ ଶିଶୁ ଭବନରୁ ରୋଗୀଙ୍କୁ ଛାଡି କେନ୍ଦୁଝର ଫେରୁଥିଲେ । ଏହି ସମୟରେ ରଥିଆ ଛକ ନିକଟରେ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ପଛ ପଟୁ ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ପିଟିଥିଲା । ଯାହାଫଳରେ ସେହି ଗାଡିରେ ଥିବା ୧୦୮ କର୍ମଚାରୀ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ମୃତକ କେନ୍ଦୁଝର ଘଷିପୁର ଅଞ୍ଚଳର ହେମନ୍ତ ଆଚାର୍ଯ୍ୟ ହୋଇଥିବା ବେଳେ ଗୁରୁତରଙ୍କ ନାମ ଗୋବର୍ଦ୍ଧନ ଜେନା ଓ ଫାର୍ମାସିଷ୍ଟ ଗିରିଜା ସେଠୀ ବୋଲି ଜଣାପଡିଛି । ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।