ଯାଜପୁର ପୁଅ ବ୍ରିଜଙ୍କ ହାତ ଧରିବେ ଆମେରିକା ଝିଅ ମିଶାଲ,ଏକାଠି କାମ କରୁଥିବାବେଳେ ପଡିଥିଲେ ପ୍ରେମରେ

Published By : Prameya-News7 Bureau | December 28, 2024 IST

ଚଣ୍ଡିଖୋଲ ୨୮/୧୨: ବିଦେଶିନୀ ହେବେ ଓଡ଼ିଆ ଘରର ବୋହୂ । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବାଲିଚନ୍ଦ୍ରପୁର ପଞ୍ଚାୟତ ନାନପୁର ପଟଣା ଗାଁର ବ୍ରିଜ ଗୋପାଳ ପଣ୍ଡାଙ୍କ ହାତ ଧରିବେ ଆମେରିକା ଝିଅ ମିଶାଲ ଲୋ । ବ୍ରିଜ ଗୋପାଳଙ୍କ ବାପା ବ୍ରିଜେନ୍ଦ୍ର ନାଥ ପଣ୍ଡା ପ୍ରଫେସର ଭାବରେ ଆମେରିକାରେ ଚାକିରି କରୁଛନ୍ତି । ସେଥିପାଇଁ ଦୀର୍ଘ ୩୦ ବର୍ଷ ଧରି ଆମେରିକାରେ ପରିବାର ସହ ରହିଆସୁଛନ୍ତି । 

ନ୍ୟୁୟର୍କର ଏକ କଂପାନୀରେ ଏକାଠି କାମ କରୁଥିବାବେଳେ ପରସ୍ପର ପ୍ରେମରେ ପଡିଥିଲେ ବ୍ରିଜ ଗୋପାଳ ଓ ମିଶାଲ । ପ୍ରେମ ସଂପର୍କ ଦୃଢ ହେବା ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଆଉ ପରିବାରରେ ଜଣାଇଥିଲେ । ଉଭୟଙ୍କ ପରିବାର ଲୋକ ମଧ୍ୟ ଖୁସିରେ ସହମତି ପ୍ରକାଶ କରିଥିଲେ । 

ବିବାହ ପକ୍କା ହେବା ଶୁଣି ଖୁସିରେ ଝୁମିବା ସହ ପଟଣା ଗାଁ ସ୍ଥିତ ପୈତୃକ ଘରକୁ ଆସି ପରିବାର ଓ ସଂପର୍କୀୟଙ୍କ ଆଶୀର୍ବାଦ ନେଇଥିଲେ । ଆମେରିକାର ଝିଅ ଆମ ଘରର ବୋହୂ ହେଉଥିବାରୁ ବେଶ ଖୁସି ଥିବା କହିଛନ୍ତି ବ୍ରିଜ ଗୋପାଳଙ୍କ ବାପା-ମାଆ ଓ ଦାଦା । ଖୁବ ଶୀଘ୍ର ଆମେରିକାରେ ଉଭୟଙ୍କ ବିବାହ ଅନୁଷ୍ଠିତ ହେବ । ଆମେରିକାରେ ବଢିଥିଲେ ମଧ୍ୟ ଓଡିଆ ପରମ୍ପରା ଓ ସଂସ୍କୃତିକୁ ବେଶ ଭଲ ପାଆନ୍ତି ବୋଲି କହିଛନ୍ତି ମିଶାଲ । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.