ଲଗାଣ ବର୍ଷାରେ ବଢିଲା ମାଛକୁଣ୍ଡ ଜଳଭଣ୍ଡାରର ଜଳସ୍ତର, ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସିତ

Published By : Prameya-News7 Bureau | July 21, 2024 IST

ଲମତାପୁଟ ୨୧।୭ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଡି.ଡ୍ୟାମ୍‌ର ଗୋଟିଏ ଗେଟ୍ ଖୋଲାଯାଇଛି l ଲଗାଣ ବର୍ଷା ଯୋଗୁଁ ଡ୍ୟାମ୍‌ର ଗୋଟିଏ ଗେଟ୍ ଖୋଲାଯାଇଛି । ଜଳଭଣ୍ଡାରରେ ଜଳସ୍ତର ବଢି ବିପଦ ସଙ୍କେତ ଛୁଇଁବା ପରେ ଗେଟ୍ ଖୋଲିଛି । ଡ୍ୟାମ୍‌ର ୭ ନମ୍ବର ଗେଟ୍ ଖୋଲି ୨ ହଜାର କ୍ୟୁସେକ୍ ଜଳ ନିଷ୍କାସିତ କରାଯାଉଛି l ଡ୍ୟାମ୍ କ୍ଷମତା ୨୫ ଶହ ୯୦ ଫୁଟ ଥିବାବେଳେ ବର୍ତ୍ତମାନ ୨୫ ଶହ ୮୯ ଫୁଟକୁ ଜଳସ୍ତର ଛୁଇଁଛି l ଆଗକୁ ବର୍ଷାର ପରିମାଣ ବଢିଲେ ଆହୁରି ଅନ୍ୟ ଗେଟ୍ ଗୁଡିକ ଖୋଲାଯିବ ବୋଲି ପ୍ରକଳ୍ପ ଅଧିକାରୀ ସୂଚନା ଦେଇଛନ୍ତି  l

You Can Read:

ଉଛୁଳା ଦେଓ ନଦୀରେ ଭାସିଯାଉଥିଲେ, ଉଦ୍ଧାର କଲେ ସ୍ଥାନୀୟ ଯୁବକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.