ନୂଆଦିଲ୍ଲୀ: ଦେଶରେ ଉତ୍ପାଦନ ହ୍ରାସ ନେଇ ସୂଚନା ଦେଲା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ। ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ,ମାର୍ଚ୍ଚ ମାସରେ ଦେଶରେ ୮ ଟି କୋର୍ ସେକ୍ଟର(ମୁଖ୍ୟ କ୍ଷେତ୍ର)ରେ ବାର୍ଷିକ ଆଧାରରେ ୩.୬ ପ୍ରତିଶତକୁ ଅଭିବୃଦ୍ଧି ହ୍ରାସ ହୋଇଛି। ଗତ ଫେବ୍ରୁଆରୀ ମାସରେ ଏହି ଅଭିବୃଦ୍ଧି ୬ ପ୍ରତିଶତ ରହିଥିଲା। ମାସକ ଭିତରେ ପ୍ରାୟ ଉତ୍ପାଦନ ଅଧା କମିଛି।
ମାର୍ଚ୍ଚ ମାସରେ ଅଶୋଧିତ ତୈଳ ଉତ୍ପାଦନ ୨.୮ ପ୍ରତିଶତ ହ୍ରାସ ହୋଇଥିବା ବେଳେ ବିଜୁଳି ୧.୮ ପ୍ରତିଶତ ଏବଂ ସିମେଣ୍ଟର ୦.୮ ପ୍ରତିଶତ ଉତ୍ପାଦନ ହ୍ରାସ ହୋଇଛି। ଅନ୍ୟପଟେ କୋଇଲା,ସାର, ଷ୍ଟୀଲ, ପ୍ରାକୃତିକ ଗ୍ୟାସ ଓ ରିଫାଇନାରୀ ପ୍ରଡକ୍ଟ ସବୁଥିରେ ଅଭିବୃଦ୍ଧି ଦେଖିବାକୁ ମିଳିଛି।
ପ୍ରକାଶିତ ରିପୋର୍ଟ ଅନୁସାରେ କୋଇଲା ଉତ୍ପାଦନରେ ୧୨.୩ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ସାରବିଷରେ ୯.୭ ପ୍ରତିଶତ, ଷ୍ଟୀଲରେ ୮.୮ ପ୍ରତିଶତ, ଏବଂ ରିଫାଇନାରୀ ଉତ୍ପାଦରେ ୧.୫ ପ୍ରତିଶତ ବୃଦ୍ଧି ହୋଇଛି। ଶୁକ୍ରବାର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଏହି ସୂଚନା ମିଳିଛି।
ଗତବର୍ଷ ନଭେମ୍ବର ମାସରେ ଅଭିବୃଦ୍ଧି ହାର ୫.୭ ପ୍ରତିଶତ ରହିଥିବା ବେଳେ ଡିସେମ୍ବର ମାସରେ କୋର ସେକ୍ଟରେ ୭ ପ୍ରତିଶତ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା। ସେହିପରି ଚଳିତ ବର୍ଷ ଜାନୁଆରୀରେ ଏହା ୮.୯ ପ୍ରତିଶତକୁ ବୃଦ୍ଧି ହୋଇଥିଲା। ଔଦ୍ୟିକ ଉତ୍ପାଦନ ସୂଚକାଙ୍କରେ ୮ ଟି ମୂଳ ଶିଳ୍ପ ରହିଛି। ଯାହା ୪୦.୨୭ ଅଭିବୃଦ୍ଧି ପାଇଁ ଦାୟୀ।
୨୦୨୩ ଫେବ୍ରୁଆରୀରେ କୋର ସେକ୍ଟର ୭.୨ ପ୍ରତିଶତ ହୋଇଥିବା ବେଳେ ଗତବର୍ଷ ଫେବ୍ରୁଆରୀରେ ଏହି ହାର୍ ମାତ୍ର ୪.୮ ପ୍ରତିଶତ ଥିଲା। ୨୦୨୨ ଅକ୍ଟୋବରରେ ଏହା ସର୍ବ ନିମ୍ନ ୦.୭ ପ୍ରତିଶତ ରହିଥିଲା ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ କହିଛି।
{"width":836,"height":536}କୋର ସେକ୍ଟରେ ୮ଟି ମୁଳ ଶିଳ୍ପର ଅଭିବୃଦ୍ଧିକୁ ହିସାବକୁ ନିଆଯାଇଥାଏ। ସେଗୁଡ଼ିକ ହେଲା ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ୍,ରିପାଇନାରୀ ଉତ୍ପାଦ, ସାରବିଷ, ଷ୍ଟୀଲ, ସିମେଣ୍ଟ, ଏବଂ ବିଜୁଳି। ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ଅଭିବୃଦ୍ଧି ୭.୬ ପ୍ରତିଶତ ରହିଛି ବୋଲି ମନ୍ତ୍ରଣାଳୟ କହିଛି।