କର୍ଣ୍ଣାଟକରେ ଘାରିଲାଣି ଡେଙ୍ଗୁ ଭୟ: ୭ ହଜାରରୁ ଅଧିକ ପଜିଟିଭ ଚିହ୍ନଟ, ୬ ମୃତ୍ୟୁ

Published By : Prameya-News7 Bureau | July 07, 2024 IST

indiatoday

ନୂଆଦିଲ୍ଲୀ: ଭାରତର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଦକ୍ଷିଣ ଭାରତୀୟ ରାଜ୍ୟରେ ତାଳ ଦେଇ ଡେଙ୍ଗୁ ମାଡ଼ି ଚାଲିଛି। କର୍ଣ୍ଣାଟକରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୭ ହଜାର ପାର୍ କଲାଣି। ଜୁଲାଇ ୬ ତାରିଖ ସୁଦ୍ଧା କର୍ଣ୍ଣାଟକରେ ୭,୦୦୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହେଲାଣି। କେବଳ ରାଜଧାନୀ ବେଙ୍ଗାଲୁରୁରେ ୧୯୦୮ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ସାରା ରାଜ୍ୟରେ ସର୍ବାଧିକ।   

ସେହିପରି ଅନ୍ୟ ଜିଲ୍ଲା ଚିକ୍କାମାଗାଲାରୁରେ ୫୨୧, ମହିଶୂର ୪୯୬ ଏବଂ ହାଭେରିରେ ୪୮୧ ଡେଙ୍ଗୁ ମାମଲା ଚିହ୍ନଟ ହୋଇଛି। ଧରୱାଦରେ ୨୮୯ ଓ ଚିତ୍ରଦୁର୍ଗରୁ ୨୭୫ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଡେଙ୍ଗୁ ମାଡି ଚାଲିଥିବା ବେଳେ ଚିନ୍ତା ପ୍ରକଟ କରିଛି ସ୍ୱାସ୍ଥ୍ୟ ବିଭାଗ। ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ସହ ସମ୍ପର୍କ କରିବାକୁ ସ୍ୱାସ୍ଥ୍ୟ ବିଭାଗ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛି। 

ସେପଟେ ଡେଙ୍ଗୁ ଲୋକଙ୍କ ଜୀବନ ନେଉଥିବା ବେଳେ ଏପଟେ ରାଜନୀତି ଜୋର୍ ଧରିଛି। କର୍ଣ୍ଣାଟକର ସିଦ୍ଧରମେୟା ସରକାର ଠିକ୍ ଭାବରେ ସ୍ଥିତି ସମ୍ଭାଳି ପାରୁ ନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି। ରାଜ୍ୟ ସରକାର ମଧ୍ୟ ବିଜେପିକୁ ଜବାବ ଦେଇଛନ୍ତି। କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ କହିଛନ୍ତି ଯେ ଆମେ ମଶାକୁ ବାହାର କରିବାକୁ ଚେଷ୍ଟା କରୁଛୁ ହେଲେ ବିଜେପି ମୁର୍ଖଙ୍କ ଭଳି ବୟାନ ଦେବା ଜାରି ରଖିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.