ଦୁବାଇରେ ଖୋଲିବ OYOର ବିଳାଶପୂର୍ଣ୍ଣ ହୋଟେଲ୍; ବଢ଼ିବ ଭାରତୀୟ ପର୍ଯ୍ୟଟକ ସଂଖ୍ୟା

Published By : Prameya-News7 Bureau | June 27, 2024 IST

ନୂଆଦିଲ୍ଲୀ: ଭାରତୀୟ କପଲ୍‌ଙ୍କ ପାଇଁ ବିଦେଶରେ ବିଳାଶପୂର୍ଣ୍ଣ ରହଣୀ ବ୍ୟବସ୍ଥା । ଦୁବାଇରେ OYOର ପ୍ରଥମ ଲଗଜୁରିୟସ୍ ହୋଟେଲ୍ । ୨୦୨୪ରେ ୧ଲକ୍ଷ ଆଗନ୍ତୁକ ଆସିବାକୁ ଆଶା । ଦୁବାଇରେ OYOର ପ୍ରଥମ ବିଳାଶପୂର୍ଣ୍ଣ ହୋଟେଲ୍ ଖୋଲିବାକୁ ଯାଉଛି । ଏନେଇ ସୋମବାର OYO ପକ୍ଷରୁ ଘୋଷଣା କରାଯାଇଛି । ଯାହାର ନାମ ରହିଛି ପେଲେଟ୍ ରୟାଲ ରିଫ୍ଲେକସନ ହୋଟେଲ୍ ଆଣ୍ଡ୍ ସ୍ପା’ । ଏହି ବିଳାଶପୂର୍ଣ୍ଣ ହୋଟେଲ ଖୋଲିବାର ଉଦ୍ଦେଶ୍ୟ ହେଉଛି ଦୁବାଇକୁ ଆସୁଥିବା ଭାରତୀୟ ପର୍ଯ୍ୟଟକଙ୍କ ଲାଭ ଉଠାଇବା । କମ୍ପାନି ଏହି ପଦକ୍ଷେପ ନିଜ ଆଇପିଓ ପାଇଁ ନେଇଛି । କାରଣ କମ୍ପାନି ପୂରା ବିଶ୍ବରେ ନିଜ ସମ୍ପତ୍ତି ବଢ଼ାଇବାକୁ ଚେଷ୍ଟା କରୁଛି । ଦୁବାଇ ସରକାର ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭିସା ନିୟମ କୋହଳ କରୁବା ନେଇ ଚିନ୍ତା କରୁଥିବା ବେଳେ କରୁଥିବା ବେଳେ OYO ଏହାର ଫାଇଦା ଉଠାଇବାକୁ ଚେଷ୍ଟା ରହିଛି । 

OYO ପକ୍ଷରୁ କୁହାଯାଇଛି, ଚଳିତ ବର୍ଷ ଦୁବାଇରେ ଏକ ଲକ୍ଷରୁ ଅଧିକ ଭାରତୀୟ ପର୍ଯ୍ୟଟକ ଆସିବେ ନେଇ ଆଶା କରାଯାଉଛି । ଦୁବାଇ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି ଭାରତୀୟ । ଏଥିପାଇଁ OYO ପକ୍ଷରୁ ହୋଟେଲରେ ଲଗଜୁରିୟସ୍ ରହଣୀ ବ୍ୟବସ୍ଥା କରାଯାଇଛି ।  ମଧ୍ୟ-ପୂର୍ବ କ୍ଷେତ୍ରରେ ପ୍ରିମିୟମ୍ ପ୍ରୋପର୍ଟି କ୍ଷେତ୍ରରେ ନିଜର ଉପସ୍ଥିତି ବଢ଼ାଇବା ପାଇଁ OYO ରଣନୀତି କରୁଛି ।  OYO ବର୍ତ୍ତମାନ ସଂଯୁକ୍ତ ଆରବ ଏମିରେଟ୍‌ରେ ୭୦୦ରୁ ଅଧିକ ସମ୍ପତ୍ତିର ସଂଚାଳନ କରୁଛି । ଯେଉଁଥିରେ ୨୦୦ରୁ ଅଧିକ ବିଶେଷ ଭାବେ ଦୁବାଇରେ ରହିଛି । 

ଭାରତ ଦୁବାଇ ପର୍ଯ୍ୟଟନର ବଡ଼ ବଜାର । ୨୦୨୩ରେ ଦୁବାଇକୁ ୧୧.୯ ମିଲିୟନ୍ ପର୍ଯ୍ୟଟକ ଆସିଥିଲେ । ଦ୍ବିତୀୟ ସ୍ଥାନରେ ସାଉଦୀ ଆରବ ଏବଂ ତୃତୀୟ ସ୍ଥାନରେ ବ୍ରିଟେନ୍ ରହିଛି ।  ମଧ୍ୟ-ପୂର୍ବ OYO ବ୍ୟାପାର ପ୍ରମୁଖ ନୀତିନ୍ ଗୁପ୍ତା କହିଛନ୍ତି, OYOରେ ବିଳାଶପୂର୍ଣ୍ଣ ହୋଟେଲ ପାଇଁ ପର୍ଯ୍ୟଟକଙ୍କ ଦାବି ବଢ଼ୁଛି ।  OYO ଲକ୍ଷ୍ୟ ଏହି କ୍ଷେତ୍ରରେ ଗ୍ରାହକଙ୍କ ସମସ୍ତ ଉଚ୍ଛାକୁ ପୂର୍ଣ୍ଣ କରିବା ବୋଲି କହିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.