ବିକେ କଲେଜ ଅଫ୍‌ ଆର୍ଟ ଆଣ୍ଡ୍‌ କ୍ରାଫ୍ଟସ ମହାବିଦ୍ୟାଳୟ ପକ୍ଷରୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ଅଦ୍ବୈତ ଗଡ଼ନାୟକଙ୍କୁ ସମ୍ବର୍ଦ୍ଧନା

Published By : Prameya-News7 Bureau | February 08, 2025 IST

ଭୁବନେଶ୍ବର: ୨୦୨୪-୨୦୨୫ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ପ୍ରସିଦ୍ଧ ଶିଳ୍ପୀ ଓ ଭାସ୍କର୍ଯ୍ୟକାର ଅଦୈତ ଗଡ଼ନାୟକଙ୍କୁ ସମ୍ବର୍ଦ୍ଧନା। ଶନିବାର ଐତିହାସିକ ଖଣ୍ଡଗିରି ପାହାଡ଼ ପାଦଦେଶରେ  ଅବସ୍ଥାପିତ ଓଡ଼ିଶା ତଥା ପୂର୍ବ ଭାରତର ଅଗ୍ରଣୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ତରଫରୁ ତାଙ୍କୁ ସମ୍ପର୍ଦ୍ଧିତ କରାଯାଇଛି

ଉଭୟ ବି.କେ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଓଡ଼ିଶା ସରକାର ଏବଂ ବି.କେ ଚାରୁ ଓ କାରୁକଳା ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂସଦ ଦ୍ବାରା ଏକ ଆଡ଼ମ୍ବର ପୂର୍ଣ୍ଣ ପରିବେଶ ମଧ୍ୟରେ ଶିଳ୍ପୀଙ୍କୁ ସ୍ବାଗତ ସମର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଉତ୍ସବକୁ ନିମନ୍ତ୍ରିତ ଅତିଥିଭାବେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଓ ଅଧ୍ୟାପକମାନେ ତଥା ବି.କେ ଚାରୁ ଓ କାରୁକଳା ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀମାନେ ବହୁଳ ଭାବେ ଯୋଗଦାନ କରିଥିଲେ। 

ସୂଚନାଯୋଗ୍ୟ, ଅଦୈତ ଗଡନାୟକ   ବି.କେ ଚାରୁ ଓ କାରୁକଳା ମହାବିଦ୍ୟାଳୟର ସ୍ଥାପନ ବର୍ଷର ପ୍ରଥମ ବର୍ଷର ଛାତ୍ର ଥିଲେ। ତେଣୁ ତାଙ୍କୁ ଶିକ୍ଷା ପ୍ରଦାନ କରିଥିବା ତାଙ୍କର ଗୁରୁମାନେ ତାଙ୍କ ବିଷୟରେ ଅତୀତର ସ୍ମୃତିକୁ ମନେ ପକାଇଥିଲେ। ଅଧକ୍ଷ ସୁବ୍ରତ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ ସମାପନ ହୋଇଥିଲା ଓ ଏହାର  ପରିଚାଳନା ମହାବିଦ୍ୟାଳୟର  ଅଧ୍ୟାପକ ଚନ୍ଦ୍ରଶେଖର ସେଠୀଙ୍କ ଦ୍ବାରା ହୋଇଥିଲା।

ଏହି ଅଭ୍ୟର୍ଥନା ଉତ୍ସବରେ ଡ.ଅଲେଖ ଚରଣ ସାହୁ, ଜୟନ୍ତ କୁମାର ଦାସ, ସୁଶାନ୍ତ କୁମାର ମହାନ୍ତି, ବୈଜନ୍ତ ଦାସ, ଅଶୋକ କୁମାର ନାୟକ, ବିଦ୍ୟୁତଲତା ପାଟ୍ଟଶାଣୀ, ଡ. ଚକ୍ରଧର ବେହେରା, ନିତ୍ୟାନନ୍ଦ ଓଝା, ଅଧ୍ୟାପକ ଛତ୍ରପତି ଦିବ୍ୟରଂଜନ ବିଶ୍ବାଳ, ଆଶିଷ ସରଣ, ପ୍ରଦୀପ କୁମାର ପାତ୍ର,  ଅନ୍ତର୍ଯ୍ୟାମୀ ଦାସ, ମୀନକେତନ ପଟ୍ଟନାୟକ, ମାନସ ଜେନା, ସ୍ଵାଗତିକା ମିଶ୍ର, ବେସନ ଟୁଡୁ , ପ୍ରିତିରଞ୍ଜନ ମହାନ୍ତି ଓ ଅନେକ ମାନଗନୟ  ବ୍ୟକ୍ତିଙ୍କ ସହ ଶତାଧିକ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.