ନୂଆଦିଲ୍ଲୀ: ଆତଙ୍କୀ ସଂଗଠନ ଲସ୍କର-ଏ-ତୈବାର ଜଣେ ଆକ୍କା ଅନ୍ତ । ଡେପୁଟି ଚିଫ୍ ଅବ୍ଦୁଲ ରେହମାନ ମକ୍କି ମୃତ । ପାକିସ୍ତାନର ଲୋହରରେ ହୃଦଘାତରେ ପ୍ରାଣ ହରାଇଥିବା ସୂଚନା । ୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଆତଙ୍କବାଦୀ ହାଫିଜ୍ ସାଈଦର ସମ୍ପର୍କୀୟ ଅବ୍ଦୁଲ ରେହମାନ । ଆମେରିକା ମକ୍କିକୁ ଗ୍ଲୋବାଲ ଆକତଙ୍କବାଦୀ ଘୋଷଣା କରିଛି । ଭାରତ ପାଇଁ ଅବ୍ଦୁଲ ରେହମାନ ମକ୍କି ଥିଲା ମୋଷ୍ଟ୍ ଓ୍ବାଣ୍ଟେଡ୍ ଆତଙ୍କୀ । ସେ ଲସ୍କର-ଏ-ତୈବାର ଟେରର ଫଣ୍ଡିଂ କାର୍ଯ୍ୟ ସମ୍ଭାଳୁଥିଲା ।
ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ମକ୍କୀକୁ 1267 ISIL ଏବଂ ଅଲ୍ କାଏଦା ପ୍ରତିବନ୍ଧକ କମିଟି ଆଧାରରେ ଗ୍ଲୋବାଲ ଆତଙ୍କବାଦୀ ଘୋଷଣା କରଥିଲା । ଏହା ସହିତ ମକ୍କିର ସମ୍ପତ୍ତିକୁ ମଧ୍ୟ ଫ୍ରିଜ୍ କରାଯାଇଥିଲା । ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଥିବା ବେଳେ ଅସ୍ତ୍ରଶସ୍ତ୍ର ରଖିବାକୁ ବ୍ୟାନ କରାଯାଇଛି । ଅବ୍ଦୁଲ ରେହମାନ ମକ୍କିକୁ ଜନୁଆରୀ ୧୬ ତାରିଖରେ ISIL ଏବଂ ଅଲ-କାଏଦା ସହିତ ଯୋଡ଼ି ହେବା ଏବଂ ଟେରର ଫାଇନାନ୍ସ, ଆତଙ୍କୀ ଷଡ଼ଯନ୍ତ୍ର ରଚିବା, ଷଡ଼ଯନ୍ତ୍ର ପାଇଁ ସହଯୋଗ କରିବା, ଆତଙ୍କୀ ସଂଗଠନ ପାଇଁ ରିକ୍ର୍ୟୁଟମେଣ୍ଟ ଆଦି କାମରେ ସାମିଲ୍ ପାଇଁ ତାଲିକାଭୂକ୍ତ କରାଯାଇଥିଲା । ସେ ଲସ୍କର-ଏ-ତୈବାର ରାଜନୈତିକ ଓ୍ବିଙ୍ଗ ଜମାତ-ଉଦ- ଦାଓ୍ବାର ଚିଫ୍ ମଧ୍ୟ ଥିଲା । ଏହା ସହିତ ମକ୍କି ଲସ୍କର ସଂଗଠନର ବୈଦଶ ମନ୍ତ୍ରାଳୟ ହେଡ୍ ମଧ୍ୟ ଥିଲା । ଲାଲକିଲାରେ ହମଲା, ରାମପୁର ଆକ୍ରମଣ, ମୁମ୍ବାଇ ୨୬/୧୧ ଆକ୍ରମଣ, ଶ୍ରୀନଗର ଆଟାକ୍, ବନ୍ଦିପୋରା ଆଟାକ୍ ଆଦିରେ ସାମିଲ୍ ଥିଲା ଅବ୍ଦୁଲ ରେହମାନ ମକ୍କୀ ।..