ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ପାକିସ୍ତାନ କ୍ଲିନ ସୁଇପର ଶିକାର ହୋଇଛି। ପାକିସ୍ତାନ ସୋମବାର ତୃତୀୟ ମ୍ୟାଚ୍ରେ ୭ ଓ୍ଵିକେଟ୍ରେ ପରାଜିତ ହୋଇଛି। ଅଷ୍ଟ୍ରେଲିଆ ହାତରୁ ୦-୩ରେ ହାରିବା ପରେ ପାକିସ୍ତାନ ନାଁରେ ଏକ ଅଲୋଡ଼ା ରେକର୍ଡ ଯୋଡ଼ି ହୋଇ ଯାଇଛି। ୨୦୨୪ରେ ପାକିସ୍ତାନ ମଥାରେ ଏକ ବଡ଼ କଳଙ୍କ ଲାଗିଛି। ପାକିସ୍ତାନ ଚଳିତ ବର୍ଷ ସର୍ବାଧିକ ଟି-୨୦ ମ୍ୟାଚ୍ ହାରିବାରେ ଯୁଗ୍ମ ଭାବେ ଦ୍ଵିତୀୟ ସ୍ଥାନରେ ପହଞ୍ଚି ଯାଇଛି। ପାକିସ୍ତାନ ଏବଂ ଓମାନ ଏ ପର୍ଯ୍ୟନ୍ତ ୧୩ଟି ଲେଖାଏଁ ଟି-୨୦ ମ୍ୟାଚ୍ ହାରି ସାରିଛନ୍ତି।
କିନ୍ତୁ ପାକିସ୍ତାନ ଏକ ପୂର୍ଣ୍ଣକାଳୀନ ସଦସ୍ୟ ଦେଶ ଭାବେ ୨୦୨୪ରେ ସର୍ବାଧିକ ଟି-୨୦ ମ୍ୟାଚ୍ ହାରିବାରେ ପ୍ରଥମ ସ୍ଥାନରେ ରହିଛି। ପାକିସ୍ତାନ ପରେ ଏକ ପୂର୍ଣ୍ଣକାଳୀନ ଦେଶ ଭାବେ ଦ୍ଵିତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକା ରହିଛି। ଏହି ଆଫ୍ରିକୀୟ ଦେଶ ୧୧ଟି ମ୍ୟାଚ୍ ହାରି ସାରିଛି। ଅଷ୍ଟ୍ରେଲିଆ ପରେ ପାକିସ୍ତାନକୁ ଏବେ ଜିମ୍ବାଓ୍ଵେ ଓ ଦକ୍ଷିଣ ଆଫ୍ରିକା ଗସ୍ତରେ ତିନୋଟି ଲେଖାଏଁ ଟି-୨୦ ମ୍ୟାଚ୍ ଖେଳିବାର ଅଛି। ଯଦି ଦଳ ଆଉ ତିନୋଟି ମ୍ୟାଚ୍ ହାରେ ତେବେ ଦଳ ନାଁରେ ଆହୁରି ଅପବାଦ ଯୋଡ଼ି ହୋଇଯିବ।
୨୦୨୪ରେ ସର୍ବାଧିକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ହାରିଥିବା ଦେଶ
୧୫- ଇଣ୍ଡୋନେସିଆ
୧୩- ପାକିସ୍ତାନ
୧୩- ନେପାଳ
୧୨- ମାଳଦ୍ଵୀପ
୧୨- ମଙ୍ଗୋଲିଆ
୧୨- ମିଆଁମାର
୧୨- ନେପାଳ
୧୧- ଦକ୍ଷିଣ ଆଫ୍ରିକା
ଅଷ୍ଟ୍ରେଲିଆ ବିପକ୍ଷରେ ଲଗାତାର ଟି-୨୦ ଜିତିଥିବା ଦଳ
୭- ଅଷ୍ଟ୍ରେଲିଆ(୨୦୧୯-୨୦୨୪)
୬- ନ୍ୟୁଜିଲାଣ୍ଡ(୨୦୨୩-୨୦୨୪)
୫- ଶ୍ରୀଲଙ୍କା(୨୦୧୯-୨୦୨୨)
୫- ଇଂଲଣ୍ଡ(୨୦୧୯-୨୦୨୨)
୫- ଇଂଲଣ୍ଡ(୨୦୨୨-୨୦୨୪)
୫- ଇଂଲଣ୍ଡ(୨୦୧୨-୨୦୧୫)